ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ସଂକ୍ରମିତ । ଘରୋଇ ସଂଗରୋଧରେ ଅଛନ୍ତି ଇମ୍ରାନ, ୨ଦିନ ତଳେ ଚିନ୍ ତିଆରି କରୋନା ଟିକା ନେଇଥିଲେ ଇମ୍ରାନ୍  

Advertisment
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ସଂକ୍ରମିତ । ଘରୋଇ ସଂଗରୋଧରେ ଅଛନ୍ତି ଇମ୍ରାନ, ୨ଦିନ ତଳେ ଚିନ୍ ତିଆରି କରୋନା ଟିକା ନେଇଥିଲେ ଇମ୍ରାନ୍  
କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କରୋନା । ଚୀନ୍ ତିଆରି କରୋନା ଟିକାର ପ୍ରଥମ ଡ଼ୋଜ୍ ନେବାର ମାତ୍ର ୨ ଦିନ ଭିତରେ କରେନା ପଜିଟିଭ୍ ଆସିଛନ୍ତି ଇମ୍ରାନ୍ ଖାନ୍ । କରୋନାରେ ସଂକ୍ରମିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଘରୋଇ ସଂଗରୋଧରେ ରହିଛନ୍ତି ।
ଇମ୍ରାନ୍ ଖାନ୍ ଚାଇନା ଭ୍ୟାକ୍ସିନ୍ ସାଇନୋଭାକର ପ୍ରଥମ ଡ଼ୋଜ ନେଇଥିଲେ । ତେବେ ଇମ୍ରାନ ଖାନଙ୍କ ସହ ସଂପର୍କରେ ଆସିଥିବା ତାଙ୍କର ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଇମ୍ରାନ ଖାନଙ୍କ ଠାରେ କରୋନା ସଂକ୍ରମଣ ନେଇ ଗମ୍ଭିର ଲକ୍ଷଣ ନାହିଁ । କରୋନା ଟିକା ନେବା ପରେ ଇମ୍ରାନ୍ ଖାନ୍ ପାକିସ୍ତାନର ସମସ୍ତଙ୍କୁ କରୋନା ଟିକା ନେବାକୁ ଆହ୍ୱାନ ଦେଇଥିଲେ । ଏବେ ନିଜେ କରୋନା ସଂକ୍ରମିତ ହେବା ପରେ ଚୀନର କରୋନା ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe