ଭୁବନେଶ୍ୱରରେ ପୂର୍ବ ଅପେକ୍ଷା କମୁଛି କରୋନା ସଂକ୍ରମଣ । ବିଏମସି କମିସନରଙ୍କ ସୂଚନା ରାଜଧାନୀରେ ସଂକ୍ରମଣ ଏବେ ପିକ୍ ରେ ନୁହେଁ ସ୍ଥିର ରହିଛି । ଆଜି ଭୁବନେଶ୍ୱରରେ ଅଧିକ ସୁସ୍ଥ, କମ୍ ଆକ୍ରାନ୍ତ ଚିହ୍ନଟ

159

କନକ ବ୍ୟୁରୋ : ଭୁବନେଶ୍ୱରରେ ସଂକ୍ରମଣ ପିକ୍ ରେ ନାହିଁ ଫ୍ଲାଟରେ ରହିଛି । ରାଜଧାନୀରେ କରୋନା ସଂକ୍ରମଣକୁ ନେଇ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ରାଜଧାନୀରେ କରୋନା ସଂକ୍ରମଣ ପିକରେ ନାହିଁ ଏବେ ଫ୍ଲାଟରେ ରହିଛି । ପୂର୍ବରୁ ୪ଶହରୁ ୫ଶହ ଆସୁଥିବା ବେଳେ ଏବେ ୨ଶହ ରୁ ୩ଶହ ଭିତରେ ରହୁଛି । ଆଇସିଏମଆର କହୁଛି ଆଗାମୀ ଦିନରେ ଆହୁରି ତଳକୁ ଖସିବ ।

ବିଶ୍ୱରେ ମଧ୍ୟ ପିକ୍ ଓ ଫ୍ଲାଟ ପରେ କୋଭିଡ ସଂକ୍ରମଣ ତଳକୁ ଖସୁଛି । ଏହାଛଡା ରାଜଧାନୀରେ ଅମାନିଆଙ୍କୁ ସାବାଡ କରିବା ପାଇଁ ଏନଫୋର୍ସମେଂଟ ବଢାଯାଇଛି । ପୁଲିସ ସହ ବିଏମସି ଟିମ ମିଳିତ ଚଢାଉ କରୁଥିବା କହିଛନ୍ତି ବିଏମସି କମଶନର ।

ସେହିପରି ଆଜି ଭୁବନେଶ୍ୱରରେ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ୩୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଭୁବନେଶ୍ୱରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୨୪୩କୁ ବୃଦ୍ଧି ପାଇଥିବା ବେଳେ ୧୫, ୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏଁ ୩,୮୦୬ ଜଣ ସକ୍ରିୟ ରହିଛନ୍ତି ।