ନଭେମ୍ବର ମଧ୍ୟଭାଗରେ ଦେଶରେ ଶୀର୍ଷରେ ପହଁଚିବ କରୋନା । ଆଇସିୟୁ ଓ ଭେଣ୍ଟିଲେଟରର ଦେଖାଦେବ ଅଭାବ । ରିସର୍ଚ୍ଚ ଗ୍ରୁପର ବିଶେଷଜ୍ଞଙ୍କ ଦ୍ୱାରା ଅଧ୍ୟୟନ ତଥ୍ୟରୁ ସୂଚନା । ଖଣ୍ଡନ କଲା ଆଇସିଏମଆର

2,121

କନକ ବ୍ୟୁରୋ: ଦେଶରେ ଏବେ ମହାମାରୀ କରୋନାର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ପ୍ରତିଦିନ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ବିଶେଷ କରି ଜୁନ୍ ୧ ତାରିଖରୁ ଲକଡାଉନ କଟକଣା କୋହଳ ହେବାପରେ ଏଭଳି ସ୍ଥିତି ଉପୁଜିଛି । ଆଉ ଆଶଙ୍କା କରାଯାଉଛି କରୋନାର ସଂକ୍ରମଣ ଭାରତରେ ଶିଖର ଛୁଇଁଛି । ହେଲେ କରୋନାକୁ ନେଇ ନୂଆ ଅଧ୍ୟୟନରୁ ଚିନ୍ତା ଜନକ ରିପୋର୍ଟ ପ୍ରକାଶ ପାଇଛିି । ଦେଶରେ ନଭେମ୍ବ ମଧ୍ୟଭାଗକୁ କରୋନା ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଂଚିପାରେ ବୋଲି ଏହି ଅଧ୍ୟୟନ କହୁଛି ।

ନଭେମ୍ବରରେ ଶିଖର ଛୁଇଁବ କରୋନା ସଂକ୍ରମଣ? ନୂଆ ଅଧ୍ୟୟନରେ ଚିନ୍ତାଜନକ ରିପୋର୍ଟ ପ୍ରକାଶ । ଦେଶରେ ଦୁଇମାସରୁ ଅଧିକ ସମୟ ଧରି ଲକଡାଉନ କଟକଣା ଫଳରେ ନିୟନ୍ତ୍ରଣରେ ରହିଥିଲା କରୋନା ଭୂତାଣୁ । ହେଲେ ଜୁନ୍ ୧ ତାରିଖରୁ ତାଲାବନ୍ଦ କଟକଣା କୋହଳ ହେବାପରେ ପ୍ରତିଦିନ ୧୦ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ତେଣୁ ସାଧାରଣରେ ଧରଣା ତିଆରି ହେଉଛି ଯେ, ହୁଏତ ଭାରତରେ କରୋନା ମହାମାରୀର ସଂକ୍ରମଣ ଏହାର ଶିଖରରେ ରହିଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନୂଆ ଅଧ୍ୟୟନ । ଯେଉଁଥିରେ କରୋନାର ଭୟାବହତା ନେଇ ଚିନ୍ତା କଲାଭଳି ଆଶଙ୍କା କରାଯାଇଛି । ଅପରେସନ୍ ରିସର୍ଚ୍ଚ ଗ୍ରୁପର ଅଧ୍ୟୟନ କହୁଛି

ଅପରେସନ୍ ରିସର୍ଚ୍ଚ ଗ୍ରୁପର ଅଧ୍ୟୟନ
– ଭାରତରେ ନଭେମ୍ବର ମଧ୍ୟ ଭାଗକୁ ଶିଖର ଛୁଇଁବ କରୋନା ମହାମାରୀର ସଂକ୍ରମଣ
– ସଂକ୍ରମଣର ବ୍ୟାପକତା ଦୃଷ୍ଟିରୁ ହସ୍ପିଟାଲରେ ଆଇସିୟୁ ଓ ଭେଂଟିଲଟେର ଅଭାବ ପଡିବ
– ୨ ମାସରୁ ଅଧିକ ସମୟ ଧରି ଲକଡାଉନ ଫଳରେ ସଂକ୍ରମଣ ବିଳମ୍ବିତ ହୋଇପାରିଛି
– ୬୮ ଦିନର ଦେଶବ୍ୟାପୀ ତାଲାବନ୍ଦ ସଂକ୍ରମଣକୁ ୩୪ରୁ ୭୬ ଦିନ ବିଳମ୍ବିତ କରିଛି

ଦେଶରେ ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା ଆଇସିଏମଆରର ଫଣ୍ଡିଂରେ ଏହି ଅଧ୍ୟୟନ କରାଯାଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଅପରେସନ୍ ରିସର୍ଚ୍ଚ ଗ୍ରୁପର ଅଧ୍ୟୟନ ସ୍ୱତନ୍ତ୍ର ବୋଲି ଆଇସିଏମଆର କହିଛି । ଅର୍ଥାତ ଏଥିରେ ଆଇସିଏମଆରର କୌଣସି ସଂପୃକ୍ତି ନାହିଁ ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଇସିଏମଆରର କହିବା ହେଲା ଦଶରେ ଲକଡାଉନ କଟକଣା ଫଳରେ ୯୭ ପ୍ରତିଶତ ପର୍ଯ୍ୟନ୍ତ କରୋନାର ପ୍ରଭାବକୁ କମ୍ କରାଯାଇ ପାରିଛି । ଏହି ସମୟ ଅବଧିରେ ସାରାଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି । ହେଲେ ଅନୁମାନ କରାଯାଉଛି ଲକଡାଉନ ପରେ ପ୍ରାୟ ୬୦ ପ୍ରତିଶତ ସ୍ୱାସ୍ଥ୍ୟ ଭିତିଭୂମିର ଉପଯୋଗ ହୋଇସାରିଛି । ନଭେମ୍ବର ବେଳକୁ ଏହା ସଂପୂର୍ଣ୍ଣ ଉପଯୋଗ ହୋଇସାରିଥିବ । ତେଣୁ ଲମ୍ବା ସମୟ ଧରି ଆଇସୋଲେସନ୍ ବେଡ୍, ଆଇସିୟୁ ବେଡରୁ ଆରମ୍ଭ କରି ଭେଂଟିଲେଟର ଅଭାବ ଅନୁଭୂତ ହେବ ।

ତେବେ ଆଶ୍ୱସ୍ତିର କଥା ହେଲା ଲକଡାଉନ ଫଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସଜାଡିକୁ ସମୟ ମିଳିଲା ଓ ୮୩ ପ୍ରତିଶତ ପର୍ଯ୍ୟନ୍ତ ଅଭାବଗୁଡିକୁ ପୂରଣ କରିହେଲା । ସେହିପରି ୬୦ ପ୍ରତିଶତ ପର୍ଯ୍ୟନ୍ତ କରୋନା ମୃତ୍ୟୁକୁ ଟାଳିଦେଇ ହେଲା । ନଜର ପକାନ୍ତୁ ଦେଶରେ କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ହୋଇଥିବା ପ୍ରସ୍ତୁତି ଉପରେ ।
ସାରା ଦେଶରେ କରୋନା ପ୍ରସ୍ତୁତି
– ୯ ଜୁନ୍ ପର୍ଯ୍ୟନ୍ତ ଦେଶରେ ୯୫୮ଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ ରହିଛି
– ଏସବୁ ହସ୍ପିଟାଲରେ ପ୍ରାୟ ୧ ଲକ୍ଷ ୨୫ ହଜାର ଆଇସୋଲେସନ୍ ବେଡ ଅଛି
– ମାତ୍ର ୧୦ ହଜାରରୁ ଅଧିକ ଆଇସିୟୁ ଏବଂ ୪୬ ହଜାର ଅକ୍ସିଜେନ ସପୋର୍ଟ ବେଡ ରହିଛି
– ଏହାବାଦ ପ୍ରାୟ ସାଢେ ୭ ହଜାର କୋଭିଡ କେୟାର ସେଂଟର ମହଜୁଦ ରହିଛି
– ଏଠାରେ ୭ ଲକ୍ଷରୁ ଅଧିକ ବେଡ୍ ଓ ୨୧ ହଜାରରୁ ଅଧିକ ଭେଂଟିଲେଟର ରହିଛି