କନକ ବ୍ୟୁରୋ: ଆଠଗଡକୁ ପୁଣି ଫେରିଲା କରୋନା ସଂକ୍ରମଣ ଆଶଙ୍କା । ଶୁକ୍ରବାର ଆଠଗଡ ବ୍ଲକ ରାଧାକୃଷ୍ଣପୁର ପଂଚାୟତର ଖଣ୍ଡୁଆଳି ଗାଁରେ ଅସ୍ଥାୟୀ ଶିବିରରେ କରୋନା ଟେଷ୍ଟିଂ କରାଯିବା ପରେ ୧୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ତେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେହି ଗାଁକୁ ୭ ଦିନ ପାଇଁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସଂକ୍ରମିତ ୧୬ଜଣ ହୋମ ଆଇସୋଲୋସେନରେ ରହି ଚିକିତ୍ସିତ ହେବା ସହିତ ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ଗାଁର ଦୁଇ ପାଶ୍ୱର୍ରେ ବାଉଁଶ ବାନ୍ଧି ଯାତାୟତ ଉପରେ କଟକଣା ଲଗାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/10-9.jpg)