କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ରାଜନୀତି: କଂଗ୍ରେସ ଓ ବିଜେପି କହିଲା, ତଥ୍ୟ ଲୁଚାଉଛନ୍ତି ସରକାର-ଘରକୁ ଗଲା ପରେ ପଜିଟିଭି ବାହାରୁଛନ୍ତି ଲୋକେ, ଶତ ପ୍ରତିଶତ କରାଯାଉଛି ଟେଷ୍ଟ

ବିଜେଡି କହିଲା,ଏହା ଦ୍ୱନ୍ଦ୍ୱ କରିବା ସମୟ ନୁହେଁ, କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ମୁକାବିଲା କରିବା ଦରକାର

406

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ କରୋନା ମୃତ୍ୟୁ ନେଇ ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେହିପରି କଂଗ୍ରେସ କହିଛି, ରାଜ୍ୟକୁ କେଉଁ ଅଂଚଳରୁ କେତେ ପ୍ରବାସୀ ଶ୍ରମିକ ଆସୁଛନ୍ତି, ତାର ହିସାବ କାହା ପାଖରେ ନାହିଁ ।

କେନ୍ଦ୍ର ସରକାରଙ୍କୁ ବିଶ୍ୱାସକୁ ନେଇ ରାଜ୍ୟ ସରକାର ଲୋକଙ୍କୁ ଠକୁଥିବା ଅଭିଯୋଗ ବାଢିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ହେଲେ ବିରୋଧୀଙ୍କ ଏଭିଳ ଅଭିଯୋଗକୁ ଖଣ୍ଡନ କିରିଛି ବିଜେଡି । ସାଂସଦ ସୁବାସ ସିଂ କହିଛନ୍ତି, କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି କରିବା ଉଚିତ ନୁହେଁ ।