କରୋନା ପାଇଁ ଆସିଛି ୨ ପଲିସି । କରୋନା କବଚ ପଲିସି ଓ କରୋନା ରକ୍ଷକ ପଲିସିକୁ ଆପଣ କିଣିବେ କେମିତି?

717

କନକ ବ୍ୟୁରୋ : କୋଭିଡ୍-୧୯ ଜନିତ ଖର୍ଚ ପାଇଁ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍ଡିଏଆଇ ବୀମା ପଲିସି ଆଣିବା ଲାଗି ବୀମା କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ କରୋନା ପାଇଁ ଦୁଇ ପ୍ରକାର ପଲିସି ରହିଛି, ଗୋଟିଏ ହେଲା କରୋନା କବଚ ପଲିସି, କରୋନା ରକ୍ଷକ ପଲିସି ।

କରୋନା କବଚ ବନାମ କରୋନା ରକ୍ଷକ ପଲିସି

କେମିତି କିଣିବେ ପିଲିସି ?

କରୋନା କବଚ ପଲିସି ଏକ ଇଣ୍ଡେମନିଟି ପ୍ଲାନ, ଯେଉଁଥିରେ ହସ୍ପିଟାଲରେ ହେଉଥିବା ଖର୍ଚ ଫେରସ୍ତ ମିଳିବ । ହେଲେ କରୋନା ରକ୍ଷକ ହେଉଛି ଏକ ଲାଭ ଭିତ୍ତିକ ପ୍ଲାନ । ଏଥିରେ ବୀମାଧାରକଙ୍କୁ ସମ୍ପୂର୍ଣ୍ଣ ବୀମା ରାଶି ପ୍ରଦାନ କରାଯିବ । ଏହାସହ ଉଭୟ ପିଲିସିରେ ଅନ୍ୟାନ୍ୟ ରୋଗର ଚିକିତ୍ସା ବାବଦ ଖର୍ଚ ମଧ୍ୟ ବହନ କରାଯିବ । ତେଣୁ କୌଣସି ପଲିସିକୁ କେବଳ କରୋନାକୁ ଦୃଷ୍ଟିରେ ରଖି ଅଳ୍ପ ଦିନ ପାଇଁ କିଣିବା ବୃଦ୍ଧିମାନର କାର୍ଯ୍ୟ ହେବ ନାହିଁ । ଯେଉଁ ମାନଙ୍କ ପାଖରେ କୌଣସି ପ୍ରକାର ଅର୍ଥବୀମା ନାହିଁ ସେମାନେ ଦୀର୍ଘମିୟାଦି ଆବଶ୍ୟକତା ଦୃଷ୍ଟିରେ ରଖି ପଲିସି କିଣିବା ଦରକାର ।

କେଉଁଠୁ ମିଳିବ ପଲିସି

କରୋନା ପାଇଁ ସାଧାରଣ ସ୍ୱାସ୍ଥ୍ୟ ବୀମା ପଲିସି ହେଉଛି କରୋନା କବଚ ପଲିସି । ଏହାକୁ ଆପଣ ସାଧାରଣ ବୀମା ଓ ସ୍ୱାସ୍ଥ୍ୟ ବୀମା ବିକ୍ରି କରୁଥିବା କମ୍ପାନିଠାରୁ ପାଇପାରିବେ । ମାତ୍ର କରୋନା ରକ୍ଷକ ପଲିସି ଜୀବନ ବୀମା କମ୍ପାନିଠାରୁ କିଣିପାରିବେ ।

କେବେଠୁ ଆରମ୍ଭ ହୋଇଛି ବୀମା

ଗତ ଜୁଲାଇ ୧୦ରୁ ୨୯ଟି ବୀମା କମ୍ପାନି କରୋନା କବଚ ପଲିସି ବିକ୍ରି କରୁଛନ୍ତି । ସେହିପରି କରୋନା ରକ୍ଷକ ପଲିସିକୁ ଜୁଲାଇ ୧୦ ପୂର୍ବରୁ ଆଣିବାକୁ ଆଇଆର୍ଡିଏଆଇ କମ୍ପାନିଗୁଡିକୁ କହିଥିଲେ । ହେଲେ ତାହା ବର୍ତ୍ତମାନ ଉନ୍ମୋଚନ ହୋଇନାହିଁ ।

ବୀମା ରାଶି

କରୋନା କବଚ ପଲିସିରେ ସର୍ବନିମ୍ନ ବୀମା ରାଶି ମୂଲ୍ୟ ୫୦ ହଜାର ଟଙ୍କା ରହିଛି । ସେହିପରି୍ ସର୍ବାଧିକ ରାଶି ରହିଛି ୫ ଲକ୍ଷ ଟଙ୍କା । ଅନ୍ୟପକ୍ଷରେ କରୋନା ରକ୍ଷକ ପଲିସିରେ ସର୍ବନିମ୍ନ ବୀମା ରାଶି ମୂଲ୍ୟ ୫୦ ହଜାର ଟଙ୍କା ରହିଥିବା ବେଳେ ସର୍ବାଧିକ ରାଶି ଅଢେଇ ଲକ୍ଷ ଟଙ୍କା ରହିଛି ।

ହସ୍ପିଟାଲରେ ରହିଲେ ପାଇବେ ବୀମା ସୁବିଧା

କରୋନା କବଚ ପଲିସିର ଲାଭ ପାଇବାକୁ ହେଲେ ହସ୍ପିଟାଲରେ ଅତିକମରେ ୨୪ ଘଣ୍ଟା ରହିବାକୁ ହେବ । ହେଲେ କରୋନା ରକ୍ଷକ ପଲିସିର ଲାଭ ହସ୍ପିଟାଲରେ ଲଗାତାର ୭୨ ଘଣ୍ଟା ରହିବା ପରେ ମିଳିବ ।

କାହା ପାଇଁ ନେଇ ପାରିବେ ପଲିସି

କରୋନା କବଚ ପଲିସି ଉଭୟ ବ୍ୟକ୍ତି ବିଶେଷ ଓ ପରିବାର କିଣି ପାରିବେ । ହେଲେ କରୋନା ରକ୍ଷକ ପଲିସି କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ଉପଲବ୍ଧ ।

ପଲିସିର ବିକଳ୍ପ ସୁବିଧା

କରୋନା କବଚ ପଲିସିରେ ‘ହସ୍ପିଟାଲ୍୍ ଡେଲି କ୍ୟାସ’ ନାମକ ବିକଳ୍ପ ବ୍ୟବସ୍ଥା ରହିଛି । ଏଥିରେ ବୀମା କମ୍ପାନି ବୀମା ରାଶିର ୦.୫ ପ୍ରତିଶତ ଅର୍ଥ ପ୍ରଦାନ କରିବେ । ୧୫ ଦିନ ପର୍ଯ୍ୟନ୍ତ ଏହି ସୁବିଧା ରହିବ । ହେଲେ କରୋନା ରକ୍ଷକ ପଲିସିରେ ସେଭଳି କିଛି ସୁବିଧା ନଥିବା ଜଣାଯାଇଛି ।