କୋଭିଡ ହସପିଟାଲରୁ କରୋନା ରୋଗୀ ଫେରାର । ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସପିଟାଲରୁ ଖସିଗଲେ ୨ ଆକ୍ରାନ୍ତ : ଗଂଜେଇ ଚାଲାଣ ଅଭିଯୋଗରେ ଭୁବନେଶ୍ୱରର ଦୁଇ ଯୁବକଙ୍କୁ ଗିରଫ କରିଥିଲା ପୋଲିସ

210

କନକ ବ୍ୟୁରୋ : କୋଭିଡ ହସପିଟାଲରୁ କରୋନା ଆକ୍ରାନ୍ତ ଫେରାର । ବ୍ରହ୍ମପୁର ସହର ନିକଟ ଶୀତଳାପଲ୍ଲୀ ଟାଟା କୋଭିଡ ହସପିଟାଲରୁ ୨ ଜଣ କରୋନା ରୋଗୀ ଫେରାର ହୋଇଯାଇଛନ୍ତି । ଏନେଇ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି । ଗତ ୩ ତାରିଖ ରାତିରେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରୁ ଭୁବନେଶ୍ୱର ବଡଗଡ ବ୍ରିଟ୍ କଲୋନୀର ଦୁଇ ଯୁବକଙ୍କୁ ପୋଲିସ ଧରିଥିଲା । ସେମାନଙ୍କ ନିକଟରୁ ୧ କ୍ୱିଂଟାଲ ଗଂଜେଇ ଜବତ ହୋଇଥିଲା ।

୪ ତାରିଖରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ଜେଲରେ ଉଭୟଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ୮ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟଙ୍କ କୋଭିଡ୍ କେୟାର ସେଂଟର ଓ ପରେ ଗତ ୧୦ ତାରିଖରେ ଟାଟା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତକାଲି ଉଭୟ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି ।