କନକ ବ୍ୟୁରୋ : କୋଭିଡ ହସପିଟାଲରୁ କରୋନା ଆକ୍ରାନ୍ତ ଫେରାର । ବ୍ରହ୍ମପୁର ସହର ନିକଟ ଶୀତଳାପଲ୍ଲୀ ଟାଟା କୋଭିଡ ହସପିଟାଲରୁ ୨ ଜଣ କରୋନା ରୋଗୀ ଫେରାର ହୋଇଯାଇଛନ୍ତି । ଏନେଇ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି । ଗତ ୩ ତାରିଖ ରାତିରେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରୁ ଭୁବନେଶ୍ୱର ବଡଗଡ ବ୍ରିଟ୍ କଲୋନୀର ଦୁଇ ଯୁବକଙ୍କୁ ପୋଲିସ ଧରିଥିଲା । ସେମାନଙ୍କ ନିକଟରୁ ୧ କ୍ୱିଂଟାଲ ଗଂଜେଇ ଜବତ ହୋଇଥିଲା ।
୪ ତାରିଖରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ଜେଲରେ ଉଭୟଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ୮ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟଙ୍କ କୋଭିଡ୍ କେୟାର ସେଂଟର ଓ ପରେ ଗତ ୧୦ ତାରିଖରେ ଟାଟା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତକାଲି ଉଭୟ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/2-14.jpg)