କନକ ବ୍ୟୁରୋ : ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗରେ କରୋନା ଆକ୍ରାନ୍ତଙ୍କ ଉତ୍ପାତ ।  କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା କିଛି ରୋଗୀ ହୋହାଲ୍ଲା କରିବା ସହ ଦିଆଯାଇଥିବା ଖାଦ୍ୟ ସାମଗ୍ରୀ ନଖାଇ ଫିଙ୍ଗା ଫୋପଡା କରିଛନ୍ତି । ଅପରିଷ୍କାର ପରିବେଶ ସହିତ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି ।

Advertisment

ଅନ୍ୟପଟେ ଟାଙ୍ଗୀ ଚୌଦ୍ୱାର ବିଡିଓ କହିଛନ୍ତି ପାଟିତୁଣ୍ଡ କରିଥିବା ରୋଗୀମାନେ ଗୁଟଖା ଓ ନିଶାଦ୍ରବ୍ୟ ବ୍ୟବହାର କରୁଥିବାରୁ ଏମାନଙ୍କୁ ବିରୋଧ କରାଯାଇଥିଲା । ଫଳରେ ସେମାନେ ହୋହାଲ୍ଲା କରିବା ସହ ଖାଦ୍ୟ ଫିଙ୍ଗାଫିଙ୍ଗି କରିଛନ୍ତି ।