କନକ ବ୍ୟୁରୋ : ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗରେ କରୋନା ଆକ୍ରାନ୍ତଙ୍କ ଉତ୍ପାତ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା କିଛି ରୋଗୀ ହୋହାଲ୍ଲା କରିବା ସହ ଦିଆଯାଇଥିବା ଖାଦ୍ୟ ସାମଗ୍ରୀ ନଖାଇ ଫିଙ୍ଗା ଫୋପଡା କରିଛନ୍ତି । ଅପରିଷ୍କାର ପରିବେଶ ସହିତ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି ।
ଅନ୍ୟପଟେ ଟାଙ୍ଗୀ ଚୌଦ୍ୱାର ବିଡିଓ କହିଛନ୍ତି ପାଟିତୁଣ୍ଡ କରିଥିବା ରୋଗୀମାନେ ଗୁଟଖା ଓ ନିଶାଦ୍ରବ୍ୟ ବ୍ୟବହାର କରୁଥିବାରୁ ଏମାନଙ୍କୁ ବିରୋଧ କରାଯାଇଥିଲା । ଫଳରେ ସେମାନେ ହୋହାଲ୍ଲା କରିବା ସହ ଖାଦ୍ୟ ଫିଙ୍ଗାଫିଙ୍ଗି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/6-14.jpg)