ପ୍ରତି କରୋନା ରୋଗୀର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ୧୬ ହଜାରରୁ ଅଧିକ ଟଙ୍କା । ୩୩ ଘରୋଇ ହସପିଟାଲରେ ୪୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ।

69

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ରୋଗୀ ପିଛା ୧୬ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ କଟକ ମହାନଗରର କୋଭିଡ୍ ଖର୍ଚ୍ଚର ହିସାବ ଦେବା ବେଳେ ଏହି କଥା ସାମନାକୁ ଆସିଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, କୋଭିଡରେ ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ରୋଗୀ ପିଛା ୧୬ ହଜାର ୨୭୯ ଟଙ୍କା ଖର୍ଚ୍ଚ ହୋଇଛି । କଟକର ଘରୋଇ ହସପିଟାଲକୁ ୨୪ କୋଟି ୮୬ ଲକ୍ଷ ଟଙ୍କା ଦିଆଯାଇଛି । କେବଳ କଟକ ମହାନଗର ନିଗମକୁ ମୋଟ ୨୬ କୋଟି ୭୪ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସେପଟେ ରାଜ୍ୟରେ କୋଭିଡ୍ ଖର୍ଚ୍ଚର ହିସାବ ମଧ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ୩୩ଟି ଘରୋଇ ହସପିଟାଲ, କରୋନା ଚିକିତ୍ସା ପାଇଁ ୪୮୦ କୋଟି ଦାବି କରିଛନ୍ତି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୩୪୪ କୋଟି ୫୫ ଲକ୍ଷ ଟଙ୍କା ଘରୋଇ ହସପିଟାଲକୁ ଦେଇଛନ୍ତି ।

-କେବଳ କଟକରେ ରୋଗୀଙ୍କ ପିଛା ଖର୍ଚ୍ଚ ହୋଇଛି ୧୬ ହଜାର ୨୭୯ ଟଙ୍କା
-କଟକର ଘରୋଇ ଡାକ୍ତରଖାନାଗୁଡିକୁ ଦିଆଯାଇଛି ୨୪ କୋଟି ୮୬ ଲକ୍ଷ ୧୬ ହଜାର ୧୧୪ ଟଙ୍କା
-କଟକ ମହାନଗର ନିଗମକୁ ଦିଆଯାଇଛି ୨୬ କୋଟି ୭୪ ଲକ୍ଷ ୫୨ ହଜାର ୮୬୮ ଟଙ୍କା
-୩୦ଟି ସରକାରୀ ଓ ୩୩ଟି ଘରୋଇ କୋଭିଡ ହସପିଟାଲରେ ହୋଇଛି ରୋଗୀ ଚିକିତ୍ସା
-୩୩ ଘରୋଇ ହସପିଟାଲ ଦାବି କରିଥିଲେ ୪ ଶହ ୭୯ କୋଟି ୯୦ ଲକ୍ଷ ୪୪ ହଜାର ଟଙ୍କା
-ହେଲେ ସରକାର ଦେଇଛନ୍ତି ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ଟଙ୍କା