ରାୟଗଡ଼ା ରେଲୱେ କଲୋନୀରେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା । ମାନସିକ ଭାରସାମ୍ୟ ହରାଇ ଚରମ ପଦକ୍ଷେପ ନେଇଥିବା ଅନୁମାନ

142

କନକ ବ୍ୟୁରୋ : ରାୟଗଡ଼ା ରେଲୱେ କଲୋନୀରେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା । ମାନସିକ ଭାରସାମ୍ୟ ହରାଇ ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଆରପିଏଫ ପରିବାର ଲୋକଙ୍କୁ ଅବଗତ କରିଛି । ଆଜି ପରିବାର ଲୋକେ ପହଂଚିବା ପରେ କୋଭିଡ ଗାଇଡଲାଇନ ଅନୁଯାୟୀ ଆକ୍ରାନ୍ତଙ୍କ ମରଶରୀରକୁ ଜବତକରି ତଦନ୍ତ କରାଯିବ ବୋଲି ରେଲୱେ ପୋଲିସ କମିଶନର ସୂଚନା ଦେଇଛନ୍ତି । 

ସୂଚନା ଅନୁଯାୟୀ, ମୃତକ ରାୟଗଡ଼ା ରେଳ ବିଭାଗରେ କାର୍ଯ୍ୟରତ ଥିଲେ । ରାଜ୍ୟ ବାହାର ବାସିନ୍ଦା ହୋଇଥିବାରୁ ହୋଲି ସମୟରେ ଛୁଟି ନେଇ ଘରକୁ ଯାଇଥିଲେ । ସପ୍ତାହେ ତଳେ ଛୁଟିରୁ ଫେରିବା ପରେ ଜ୍ୱର, କାଶ ଓ ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇଥିଲେ ।  ରକ୍ତ ପରୀକ୍ଷା ପରେ ମ୍ୟାଲେରିଆ ପଜିଟିଭ ବାହାରିଥିଲା । ଔଷଧ ଖାଇବା ପରେ ମଧ୍ୟ  ୩ଦିନ ପର୍ଯ୍ୟନ୍ତ ଜ୍ୱର ନଛାଡ଼ିବା ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା  ପରୀକ୍ଷା କରିଥିଲେ । ଆଂଟିଜେନ କିଟରେ ଟେଷ୍ଟ ପରେ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଶନିବାର ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜ କ୍ୱାଟର୍ସରେ ସଂଗରୋଧରେ ରହିଥିଲେ । ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ନିଜ କ୍ୱାଟର୍ସ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ।