ଭୁବନେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ହେଲା ଏୟାରଲିପ୍ଟିଂ । ଫୁସଫୁସ ସଂକ୍ରମିତ ହେବା ପରେ କୋଲକାତା ସ୍ଥାନାନ୍ତର ।

850

କନକ ବ୍ୟୁରୋ: ଭୁବନେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ଇକମୋ ଚିକିତ୍ସା ପାଇଁ କୋଲକାତାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଛି । କଟକ ଦୋଳମମୁଣ୍ଡାଇର ରାଜେନ୍ଦ୍ର କୁମାର ଆଚାର୍ଯ୍ୟ କରୋନା ଆକ୍ରାନ୍ତ ପରେ ଗତ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ହେଲଥ ଭିଲେଜ ହସ୍ପିଟାଲରେ ଭର୍ତି ହୋଇଥିଲେ । ଚିକିତ୍ସା ସତ୍ତେ୍ୱ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ କୋଲକାତା ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆଜି ସକାଳେ ଏକ ବିଶେଷଜ୍ଞ ଦଳ ବାହାରୁ ଆସି ଏୟାର ଲିଫ୍ଟିଂ ପାଇଁ ସଂକ୍ରମିତଙ୍କୁ ପ୍ରସ୍ତୁତ କରିଥିଲେ । ଏହାପରେ ଅପରାହ୍ନ ସାଢେ ୪ଟାରେ ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତାକୁ ସ୍ଥାନାନ୍ତର କରାଯାଇଛି ।