କରୋନା ମୁକାବିଲା: ସଂକ୍ରମଣ ରୋକିବାକୁ ସତର୍କତା । ପର୍ଯ୍ୟଟକଙ୍କ ପାଇଁ ଧଉଳି, ଖଣ୍ଡଗିରି ଭଳି ପର୍ଯ୍ୟଟନସ୍ଥଳୀରେ ଉପରେ ଲାଗିଲା କଟକଣା ।

504

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କରୋନାର ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ସଚେତନତା ଓ ସତର୍କତା ଉପରେ ଜୋର ଦେଇଛି ପ୍ରଶାସନ । ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ଆରାଧନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ତେଣୁ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ଅନ୍ୟପଟେ ପର୍ଯ୍ୟଟନସ୍ଥଳୀରେ ଜନସମାଗମକୁ ହୋଉଥିବାରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତିସ୍ତୁପକୁ ବନ୍ଦ ଘୋଷଣା କରାଯାଇଛି । ସେହିପରି ଖଣ୍ଡଗିରି, ଉଦୟଗିରି ଭଳି ଐତିହ୍ୟ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।