କରୋନା ମୁକାବିଲା: ପର୍ଯ୍ୟଟକଙ୍କ ପାଇଁ କୋଣାର୍କ କଟକଣା । କରୋନା ପାଇଁ ୭ ଦିନ ପର୍ଯ୍ୟନ୍ତ କୋଣାର୍କ ପରିଦର୍ଶନ ଉପରେ କଟକଣା । ପୁରୀ ବେଳାଭୂମିରେ ବି ଲାଗିଲା କଟକଣା

275

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ପ୍ରସ୍ତୁତି । ପୁରୀ ଓ କୋଣାର୍କ ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ କୋଣାର୍କ ପରିଦର୍ଶନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଏପରିକି ବାହାର ରାଜ୍ୟରୁ ପୁରୀକୁ ପର୍ଯ୍ୟଟକମାନେ ନ ଆସିବାକୁ ମଧ୍ୟ ଅନୁରୋଧ କରାଯାଇଛି । ପୁରୀ ବେଳାଭୂମିର ଜନଗହଳିପୂର୍ଣ୍ଣ ସ୍ଥାନରେ ବୁଲି ପାରିବେନି ପର୍ଯ୍ୟଟକ ।

ସେପଟେ ପୁରୀରୁ ସିଧାସଳଖ ଚିଲିକା, ସାତପଡା, କୋଣାର୍କ ଏବଂ ଚନ୍ଦ୍ରଭାଗାକୁ ଟୁର ପ୍ୟାକେଜରେ ଯାଇପାରିବେ ନାହିଁ । ଉଭୟ ବିଦେଶୀ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଏଭଳି କଟକଣା ଲାଗୁ ହୋଇଛି । ଏନେଇ ଅପରେଟରଙ୍କ ସହିତ ଜିଲ୍ଲା ପ୍ରଶାସନ ଜରୁରୀ ବୈଠକ କରିଛି । କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପର୍ଯ୍ୟଟନ ଅଧିକାରୀ । ପର୍ଯ୍ୟଟକ ମାନେ ଟୁର୍ ପ୍ୟାକେଜରେ ବସ୍ରେ ଏକାଠି ଏସବୁ ସ୍ଥାନକୁ ବୁଲିବାକୁ ଯାଇପାରିବେ ନାହି ାଁ ତେବେ ପର୍ଯ୍ୟଟକ ଚାହିଁଲେ ପରିବାର ସହ କାର ବୁକିଂ କରି ଯାଇପାରିବେ