ସାରା ବିଶ୍ୱରେ ବ୍ୟାପିଚାଲିଛି କରୋନା ସଂକ୍ରମଣ । ବିପଦ ବଢାଉଛି କିଛି ଲୋକଙ୍କ ବେପରୁଆ ମନୋଭାବ । ଲକ୍ ଡାଉନ୍ ବେଳେ ଲୋକଙ୍କ ଭିଡ, ସୋରର ମାଛ ମାର୍କେଟରେ ସାମାଜିକ ଦୂରତାକୁ ଫୁ…

1,326

କନକ ବ୍ୟୁରୋ: ସାରା ରାଜ୍ୟରେ ତାଲାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପୁଲିସର ପହରା ଓ ଜନସେଚତନା ଯୋଗୁଁ ରାସ୍ତା ଶୂନଶାନ ପଡିଛି । ସେପଟେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇପଡିଛି । ଦେଖିବା ଧର୍ମଗଡ, ଯାଜପୁର ଓ କେନ୍ଦ୍ରପଡାର ଏହି ରିପୋର୍ଟ ।

ତାଲାବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରେ ମଧ୍ୟ ଦେଖିଛି । ରାସ୍ତା ଶୂନଶାନ ପଡିଥିବା ବେଳେ ରାସ୍ତାରେ ପୁଲିସର ପହରା ଦେଖିବାକୁ ମିଳୁଛି । ସଂକ୍ରମଣ ଏଡାଇବାକୁ ପଡୋଶୀ ଛତିଶଗଡ ସୀମାକୁ ସିଲ କରାଯାଇଛି । ନିୟମ ଭାଙ୍ଗ ଅଭିଯୋଗରେ ଧର୍ମଗଡ ଉପଖଣ୍ଡରେ ମୋଟ ୨୩ ମାମଲା ରୁଜୁ କରି ୪୪ଜଣଙ୍କୁ ଗିରଫ କରିଛି ପୁଲିସ । ତାଲାବନ୍ଦକୁ ଜନସମର୍ଥନ ମିଳୁଥିବା ବେଳେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି

ସେପଟେ ଯାଜପୁରରେ ତାଲାବନ୍ଦ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନକୁ ଛାଡି ବାକି ସବୁ ବନ୍ଦ ରହିଛି । ରାସ୍ତା ଜନଶୂନ୍ୟ ହୋଇପଡିଥିବା ବେଳେ ନିୟମ ଭଙ୍ଗକାରୀଙ୍କ ଉପରେ ପୁଲିସ କଡା ନଜର ରଖିଛି । ସେପଟେ କରୋନା ମୁକାବିଲା ପାଇଁ କିଛି ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଚେକ ପ୍ରଦାନ କରୁଛନ୍ତି ।

କେନ୍ଦ୍ରାପଡାରେ ଅତ୍ୟାବଶ୍ୟକ ଜିନିଷପତ୍ର ବିକ୍ରି ହେଉଥିବା ଦୋକାନଗୁଡିକୁ ଛାଡି ଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ମାର୍ଶାଘାଈ ଏବଂ ଗରଦପୁର ବ୍ଲକରେ ମଧ୍ୟ ରାସ୍ତା ଘାଟ ଶୂନଶାନ ହୋଇପଡିଛି । ପାଟକୁରା ବ୍ଲକର ପ୍ରତି ପଂଚାୟତରେ ସରକାରଙ୍କ ପକ୍ଷରୁ କ୍ୱେରେଟାଂଇନ୍ ସେଂଟର ଖୋଲା ଯାଇଛି ।