କନକ ବ୍ୟୁରୋ: ସାରା ଦେଶ କରୁଛି କରୋନା ମୁକାବିଲା । ସଂକ୍ରମଣରୁ ଦୂରେଇ ରଖିବାକୁ ପାଇଁ ନୂଆ ନୂଆ ନିଷ୍ପତି ଦେଉଛନ୍ତି କେନ୍ଦ୍ର ସରକାର । ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାର ୨୧ ଦିନ ପାଇଁ ଲକଡାଉନ ଘୋଷଣା ପରେ ଏହାକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପରୀକ୍ଷା ଜେଇଇ(ମେନ) ଓ ଏନଇଇଟି (ୟୁଜି)କୁ ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ଏ ସଂପର୍କରେ ସୂଚନା ଦେଇଛନ୍ତି ।
Ministry of Human Resource Development (MHRD) has postponed the National Eligibility cum Entrance Test (NEET) exam. pic.twitter.com/wGUxU0kd2o
— ANI (@ANI) March 27, 2020
ଏହି ଟ୍ୱିଟରେ ସେ କହିଛନ୍ତି ଯେ ଏସବୁ ପରୀକ୍ଷା ଦେବା ପାଇଁ ପିଲା ଓ ଅଭିଭାବକମାନଙ୍କୁ ବିଭିନ୍ନ ପରୀକ୍ଷାକେନ୍ଦ୍ରକୁ ଯିବାକୁ ପଡ଼ିଥାଏ । ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ଆୟୋଜନ କରିଥିଲେ ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତେ । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇବାକୁ ଜାତୀୟ ପରୀକ୍ଷା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।
Since Parents and Students have to travel to different examination centres, to avoid any inconvenience to them, I have directed National Testing Agency @DG_NTA to postpone NEET (UG) 2020 and JEE(Main) till last week of May. pic.twitter.com/loji50ZQq3
— Dr Ramesh Pokhriyal Nishank (@DrRPNishank) March 27, 2020
ସୂଚନାଯୋଗ୍ୟ ଯେ, ଜେଇଇ (ମେନ) ପରୀକ୍ଷା ଏପ୍ରିଲ ମାସ ୫ ତାରିଖରେ ହେବାକୁ ଥିବାବେଳେ ମେଡିକାଲ ପ୍ରବେଶିକା ପରୀକ୍ଷା ଏନଇଇଟି ପରୀକ୍ଷା ମେ ୩ ତାରିଖରେ ହେବାର ଥିଲା । ଭାରତରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାରଦିନ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ।