ବାୟୁରେ ବି ବ୍ୟାପିପାରେ କି କରୋନା ଭୂତାଣୁ? ହାଡ଼ଫୁଟି, ମିଳିମିଳା ଭଳି ପବନରେ ପ୍ରବାହିତ ହୋଇ ସୁସ୍ଥ ଲୋକକୁ କରିପାରେ ସଂକ୍ରମିତ । ୩୨ ଦେଶର ୨୩୯ ବୈଜ୍ଞାନିକଙ୍କ ଦାବିକୁ ମାନିଗଲା ହୁ । କହିଲା, ପ୍ରମାଣ ପାଇଁ ସଂଗ୍ରହ କରିବ ଅଧିକ ତଥ୍ୟ, ବିଶେଷଜ୍ଞଙ୍କ ମତ ଗୋଷ୍ଠୀ ସଂକ୍ରମଣ ହୋଇପାରେ କାରଣ ।

789

କନକ ବ୍ୟୁରୋ: କରୋନା ଜଣେ ମଣିଷ ଠାରୁ ଆଉ ଜଣେ ମଣିଷ ଠାରୁ ଡିଏଁ ଆମେ ଜାଣିଛେ । ପବନରେ ଏହି ଭୂତାଣୁ, ମଣିଷ ହେହକୁ ଆସିପାରିବ କି? ଏହାକୁ ଆମେ ବାୟୁବାହିତ ରୋଗ ବୋଲି କହିପାରିବା କି? ଯଦି ପବନରେ ଭୁତାଣୁ ଆସେ, ଆଉ ଜଣକୁ ନଛୁଇଁଲେ ବି କରୋନା ଭୁତାଣୁ ଯାଇପାରିବ । ତାହେଲେ ସଂକଟ ଆହୁରି ବଢ଼ିବ । କିନ୍ତୁ ପୂରା ଘଟଣା ଜାଣିବା ପରେ ଏହା ବୁଝିବା ସହଜ ହେବ । ଏହି ମାମଲାଟିକୁ ଉଠାଇଛନ୍ତି ପୃଥୀବୀର କିଛି ବଡ଼ ବଡ଼ ବିଶେଷଜ୍ଞ । ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ, କରୋନା ଏହି ଭୟଙ୍କର ଦିଗ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବଡ଼ କଥା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକାର କରିଛି ଯେ, କରୋନା ବାୟୁବାହିତ । ଅର୍ଥାତ କରୋନା ଭୂତାଣୁ ବାୟୁ ଦ୍ୱାରା ମଧ୍ୟ ପରିବାହିତ ହୋଇପାରେ । କିନ୍ତୁ ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ମଧ୍ୟ ସ୍ପଷ୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ’ ।

କାଶିବା କିମ୍ବା ଛିଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଠାରୁ ନିର୍ଗତ ହେଉଥିବା ଡ୍ରପଲେଟ୍ସ ବା ଜଳୀୟ କଣାରେ କରୋନା ଭୂତାଣୁ ସଂକ୍ରମିତ ହୁଏ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଉଥିଲା । ଏବେ ବାୟୁ ମଣ୍ଡଳରେ ଭାସମାନ ଅବସ୍ଥାରେ ଛୋଟ ଛୋଟ ଜଳକଣିକା ଦ୍ୱାରା ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିଥିବା ସ୍ୱୀକାର କରିଛି ହୁ’ । ଏଥିପାଇଁ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଦେଇଥିବା ମତାମତକୁ ହୁ’ ଗ୍ରହଣ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚିଠି ଲେଖି ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗାଇଡଲାଇନରେ ପରିବର୍ତନ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଅତି ଗହଳି ସ୍ଥାନ, ନିବୁଜ କୋଠରୀ ଅଳ୍ପ ବାୟୁ ଚଳାଚଳ କରୁଥିବା ସ୍ଥାନରେ କରୋନା ଭୂତାଣୁ ବାୟୁ ଦ୍ୱାରା ସୁସ୍ଥ ଲୋକ ଦେହକୁ ସଂକ୍ରମିତ ହୋଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଥିଲେ । ଏନେଇ ହୁ’ର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ପ୍ରମୁଖ କହିଛନ୍ତି ଯେ, ଏହି ଦାବିକୁ ପ୍ରମାଣ କରିବା ଲାଗି ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରମାଣ ମିଳିଲେ ଯାଇ ଡବ୍ଲୁଏଚଓ ତାର ଗାଇଡଲାଇନରେ ପରିବର୍ତନ କରିବ ।

ତେବେ ଗତ ଏପ୍ରିଲ ମାସରୁ କରୋନାକୁ ବାୟୁବାହିତ ବୋଲି କହିସାରିଛି ବ୍ରିଟେନର ନ୍ୟାସନାଲ ହେଲଥ ସେଂଟର । ପବନରେ ଭୂତାଣୁ ସଂକ୍ରମିତ ହେବା କମ୍ୟୁନିଟି ଟ୍ରାନ୍ସମିଶନ ବା ଗୋଷ୍ଠୀ ସଂକ୍ରମଣର ପ୍ରମୁଖ କାରଣ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ବର୍ତମାନ କେବଳ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦେଉଛି ହୁ । କିନ୍ତୁ ଏହା ବାୟୁବାହିତ ବୋଲି ପ୍ରମାଣ ସିଦ୍ଧ ହେଲେ ତିନି ଲେୟାର ବିଶିଷ୍ଟ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇ ପାରେ । କରୋନା ସମ୍ପର୍କରେ ପୁରା ତଥ୍ୟ ବିଶେଷଜ୍ଞଙ୍କ ପାଖରେ ନାହିଁ । ଏହାର ପ୍ରତିଶେଧକ ଓ ଚିକିତ୍ସାକୁ ନେଇ ମଧ୍ୟ ବିଶେଶଜ୍ଞମାନେ ମଧ୍ୟ ଦ୍ୱନ୍ଦରେ । ଆଉ ଏତିିକି ବେଳେ ଅନ୍ଧାରରେ ବାଡ଼ି ବୁଲାଇଲା ଭଳି ଆମେ ଅନେକ ତଥ୍ୟ ସାମ୍ନାକୁ ଆସୁଛି ।

ସବୁଠାରୁ ବଡ଼କଥା ହେଲା, ଆଉ ଏଥିରୁ ଅଧିକାଂଶ ତଥ୍ୟ ଅନୁମାନ ଉପରେ ଅଧାରିତ । ଯେତେହୁ ଅଧିକ ଗବେଷଣା ହୋଇନାହିଁ । ସେଥିପାଇଁ ଆମେ ଅନୁମାନ ଉପରେ ବିଶ୍ୱାସ କରୁଛେ । ପୃଥୀବୀରେ ଫ୍ଲୁର ପ୍ରକୋପ ୧୯୧୮ ମସିହାରେ ବି ଏକ ବଡ଼ ଧରଣର ସଂକଟ ହୋଇ ସାମ୍ନାକୁ ଆସିଥିଲା, ଯେତେବେଳେ ସାରା ପୃଥୀବୀରେ ସ୍ପାନିସ୍ ଫ୍ଲୁ ମାଡ଼ି ଯାଇଥିଲା । ଏହି ଫ୍ଲୁର ପ୍ରତିଶେଧକ ଖୋଜିବାକୁ ଯାଇ ଆଜିକୁ ମଣିଷ ସେହି ଏକା ଧରଣର ପରିକ୍ଷା ନିରୀକ୍ଷା କରୁଥିଲା । ଯାହାର ନିର୍ଯ୍ୟାସ ପରବର୍ତୀ ସମୟରେ ମିଳିଲା । ପ୍ରକୃତରେ ପବନ କେତେ ପରିମାଣରେ ଭୂତାଣୁକୁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ନେଇ ପାରେ । ତା ଉପରେ ଆମେ ଆଜିର ଦିନରେ ନିଶ୍ଚିତ ନାହାଁନ୍ତି । ତେଣୁ ଏହାକୁ ଆଜିର ଦିନରେ ସଂପୂର୍ଣ୍ଣ ଗ୍ରହଣ କରିପାରିବେ ନାହିଁ ବା ସଂପୂର୍ଣ୍ଣ ପ୍ରତ୍ୟାଧ୍ୟାନ କରିପାରିବେ ନାହିଁ । ଇଏ ଏକ ବୈଜ୍ଞାନିକ ଦ୍ୱନ୍ଦ୍ୱ ଯାହାର ଉତର ଖୋଜା ଚାଲିଛି ।

Comments are closed.