ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । କାଲିଠାରୁ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିପାରିବେନି ପର୍ଯ୍ୟଟକ । କରୋନା ମୁକାବିଲା ପାଇଁ ନିଆଗଲା ଆଗୁଆ ପଦକ୍ଷେପ

1,002

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ଉପରେ କଟକଣା । ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଲାଗୁ ହେଲା କଟକଣା । ପର୍ଯ୍ୟଟନସ୍ଥଳୀ ଓ ଦର୍ଶନୀୟ ସ୍ଥାନ ଉପରେ ଲାଗିଲା ରୋକ । କାଲି ଠାରୁ ପର୍ଯ୍ୟଟକ ଯାଇପାରିବେନି କୋଣାର୍କ, ଚନ୍ଦ୍ରଭାଗ ଏବଂ ଚିଲିକା । କରୋନା ପାଇଁ ପର୍ଯ୍ୟଟନସ୍ଥଳୀ ଉପରେ ରୋକ ଲଗାଗଲା ।

ତେବେ କାଲିଠାରୁ ପୁରୀରେ ପର୍ଯ୍ୟଟକଙ୍କ ଗହଳି ଲାଗିବନି, ଯାତ୍ରା ଉପରେ ଲାଗିବ କଟକଣା । ତେଣୁ ପର୍ଯ୍ୟଟକ ପୁରୀରୁ ସିଧାସଳଖ ଚିଲିକା କୋଣାର୍କ ଏବଂ ଚନ୍ଦ୍ରଭାଗାରେ ଟୁର ପ୍ୟାକେଜରେ ଯାଇପାରିବେ ନାହିଁ । ଉଭୟ ବିଦେଶୀ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଏଭଳି କଟକଣା ଲାଗୁ ହୋଇଛି । ଏନେଇ ଅପରେଟରଙ୍କ ସହିତ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ କରିଛି ।

କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପର୍ଯ୍ୟଟନ ଅଧିକାରୀ ବିଜୟ ଜେନା । ତେବେ ଓଡିଶାର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଦେଶ ବିଦେଶରୁ ବିଭିନ୍ନ ପର୍ଯ୍ୟଟକ ଆସୁଛନ୍ତି । ଆଉ ସେମାନଙ୍କ ଠାରୁ କାଳେ କରୋନା ଅନ୍ୟମାନଙ୍କ ଦେହକୁ ବ୍ୟାପିପାରେ ସେନେଇ ଏଭଳି ପଦକ୍ଷେପ ନିଆଯାଇଛି ।