ରାଜ୍ୟର ଦୁଇଟି ପ୍ରମୁଖ ହସ୍ପିଟାଲ ଏମକେସିଜି ଓ ଭିମସାରରୁ ଆସିଲା ଉଦବେଗଜନକ ଚିତ୍ର : କରୋନା ରୋଗୀଙ୍କ ସଂଖ୍ୟା ବଢିବାରୁ ଅଭାବ ପଡିଲାଣି ଆଇସିୟୁ

153

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତର ଦ୍ୱିତୀୟ ଦିନ ପାଇଁ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷ କରି ପଶ୍ଚିମ ଓଡିଶାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରୋଗୀ ଗୁରୁତର ହେଉଥିବାରୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି । ତେଣୁ ହସ୍ପିଟାଲରେ ଅଭାବ ପଡିଲାଣି ଆଇସିୟୁ ବେଡ୍ । ବିଶେଷ କରି ପଶ୍ଚିମାଂଚଳର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ବୁର୍ଲା ଭିମସାର ଓ ଦକ୍ଷିଣାଂଚଳର ଅନ୍ୟତମ ପ୍ରମୁଖ ହସ୍ପିଟାଲ ଏମକେସିଜିରେ ଆଇସିୟୁ ବେଡ୍ ଅଭାବ ଦେଖାଦେଲାଣି ।

– ବୁର୍ଲା ଭିମସାର କୋଭିଡ ହସ୍ପିଟାଲରେ ଖାଲିନାହିଁ ଆଇସିୟୁ ବେଡ୍
– ଭିମସାର ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଶୁଅ ଛୁଟିବାରେ ଲାଗିଛି
– ହସ୍ପିଟାଲର ସମସ୍ତ ୧୨୦ ଆଇସିୟୁ ବେଡ୍ ଭର୍ତ୍ତି ହୋଇଯାଇଛି
– ତେଣୁ ଭିମସାର କର୍ତୃପକ୍ଷ ଅଧିକ ୩୦ଟି ବେଡର ବନ୍ଦୋବସ୍ତ କରିଛନ୍ତି
– ଏମକେସିଜିରେ ଭର୍ତ୍ତି ହୋଇଯାଇଛି ଭେଂଟିଲେଟର ଯୁକ୍ତ ୨୪ ଆଇସିୟୁ ବେଡ୍
– ସେହିପରି ଅନ୍ୟ ୧୨୦ଟି ଆଇସିୟୁ ବେଡ୍ ମଧ୍ୟ ଭର୍ତ୍ତି ହୋଇସାରିଛି
– ଗଞ୍ଜାମ ଛଡା ଗଜପତି, କନ୍ଧମାଳ ଓ ରାୟଗଡାରୁ ରୋଗୀ ଆସୁଛନ୍ତି
– ନୟାଗଡ ଓ ପୁରୀ ଜିଲ୍ଲାରୁ ମଧ୍ୟ ରୋଗୀ ଏମକେସିଜି ଆସୁଥିବା ସୂଚନା