କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କରୋନାର ନୂଆ ପ୍ରଜାତି । ଆମେରିକାରେ ନୂଆ ସବ୍-ଭାରିଏଂଟ ଏକ୍ସବିବି ୱାନ ପଏଂଟ ଫାଇଭ୍ ଚିନ୍ତା ବଢ଼ାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୪୦ ପ୍ରତିଶତଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ସେପଟେ ଭାରତରେ ମଧ୍ୟ ଏହି ନୂଆ ସବ୍-ଭାରିଏଂଟ ଚିହ୍ନଟ ହୋଇଛି । ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ଠାରେ ଏକ୍ସବିବି ୱାନ ପଏଂଟ ଫାଇଭ ଚିହ୍ନଟ ହୋଇଛି ।
ନୂଆ ସଂକ୍ରମିତଙ୍କ ମଧ୍ୟରେ ୪୦ ପ୍ରତିଶତଙ୍କ ଠାରେ ଏକ୍ସବିବି ୧.୫ ଭୂତାଣୁ
କରୋନାର ଚିନ୍ତାଜନକ ପ୍ରଜାତି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଓମିକ୍ରନର ଏହି ନୂଆ ସବ୍-ଭାରିଆଂଟ ଯୋଗୁଁ ଆମେରିକାରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନସନର ତଥ୍ୟ ଅନୁସାରେ ଆମେରିକାରେ ଏବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ନିକଟରେ ଏକ୍ସବିବି ୧.୫ ଭୂତାଣୁ ରହିଛି ।
ନଜର ପକାନ୍ତୁ, କାହିଁକି ଏହି ଭୂତାଣୁକୁ ଭାରିଆଂଟ୍ ଅଫ୍ କନସର୍ନ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଘାତକ ହେବ କି ଏକ୍ସବିବି ୧.୫?
ଓମିକ୍ରନ ବିଏ-୨ର ଦୁଇଟି ଭିନ୍ନ ଉପ-ପ୍ରଜାତିର ସମିଶ୍ରଣରେ ଏକ୍ସବିବି ଭୂତାଣୁର ସୃଷ୍ଟି
ଏକ୍ସବିବିର ନୂଆ ସବ୍-ଭାରିଆଂଟ ହେଉଛି ଏକ୍ସବିବି ୧.୫
ଆମେରିକାରେ ଏକ୍ସବିବି ୧.୫ ଯୋଗୁଁ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ
ଏହି ଭୂତାଣୁ ଅଧିକ ସଂକ୍ରମକ
୭ ଦିନରେ ଆମେରିକାରେ ଏକ୍ସବିିବି ୧.୫ ମାମଲା ଦୁଇ ଗୁଣ ହୋଇଛି
ଏପରିକି ଶରୀରର ସୃଷ୍ଟି ହୋଇଥିବା ଆଂଟିବଡି ବଳୟକୁ ଭେଦ କରିବାରେ ସକ୍ଷମ
ଟିକାର ପ୍ରଭାବ ନେଇ ଜାରି ରହିଛି ଗବେଷଣା
ଆମେରିକାର ୭ଟି ପ୍ରଦେଶରେ ଏକ୍ସବିବି ୧.୫ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତରେ ଏହାର ପ୍ରଭାବ କଣ ରହିବ ଏ ନେଇ ଅଧ୍ୟୟନ କରୁଛନ୍ତି ବୈଜ୍ଞାନିକ । ଭାରତରେ ଓମିକ୍ରନର ନୂଆ ସବ୍-ଭାରିଏଂଟ ଏକ୍ସବିବି ୧.୫ ଚିହ୍ନଟ ହୋଇଛି । ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ଠାରେ ଏକ୍ସବିବି ୧.୫ ଭୂତାଣୁ ଠାବ କରାଯାଇଛି । ପୂର୍ବରୁ ଭାରତରେ ଏକ୍ସବିବି ପ୍ରଜାତି ଚିହ୍ନଟ ହୋଇଛି । କିନ୍ତୁ ଏକ୍ସବିବି ୧.୫ ଚିହ୍ନଟ ହେବା ପ୍ରଥମ ଘଟଣା । ବରିଷ୍ଠ ଡାକ୍ତରଙ୍କ କହିବା କଥା
ବିଦେଶରେ ପ୍ରସ୍ତୁତ ହୋଇଥିବା ଟିକା ଓମିକ୍ରନ ବିରୋଧରେ କାମ କରିନଥିବାରୁ ନୂଆ ସବ୍-ଭାରିଆଂଟ ବିରୋଧରେ କାମ କରୁନାହିଁ
ଏକ୍ସବିିବି ୧.୫ ଭାରତରେ ସଂକ୍ରମଣ ବୃଦ୍ଧି କରିପାରେ, କିନ୍ତୁ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିବ
ମାସ୍କ ପିନ୍ଧିବା ଓ ସତର୍କ ରହିଲେ ସ୍ଥିତି ନିୟନ୍ତ୍ରଣରେ ରହିବ
ନୂଆବର୍ଷରୁ ବିଦେଶ ଫେରନ୍ତା ପାଇଁ କଡ଼ାକଡ଼ି ହେବ କଟକଣା । ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ୍ ଯାତ୍ରା କରିବାର ୭୨ ଘଂଟା ମଧ୍ୟରେ ନେଗେଟିଭ୍ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍ କରିବେ ଯାତ୍ରୀ । ଯଦି ରିପୋର୍ଟ ଦାଖଲ କରିନଥିବେ, ତାହେଲେ ଭାରତରେ ସେମାନଙ୍କୁ ପ୍ରବେଶ ମିଳିବ ନାହିଁ । ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଗତ ସପ୍ତାହରେ ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରିଥିଲା ।
Follow Us