କରୋନାର ନୂଆ ଲକ୍ଷଣ : ଜର ନହେଲେବି ହୋଇପାରେ କରୋନା : ସାମାନ୍ୟ କାଶ, ପତଳା ଝାଡା ଓ ଧଇଁସଇଁ ହେଲେ ପରୀକ୍ଷା କରାଇନେବାକୁ ଡାକ୍ତର ଦେଲେ ପରାମର୍ଶ

4,329

କନକ ବ୍ୟୁରୋ : କରୋନାର ଜର ନଥିଲେ ବି ହୋଇପାରେ କରୋନା । ଅର୍ଥାତ୍ ଆପଣଙ୍କୁ ଜର ନଥିବ ତେବେବି ଆପଣଙ୍କଠାରେ କରୋନା ଭୂତାଣୁ ଥାଇପାରେ । ବରିଷ୍ଠ ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଧଇଁସଇଁ ହେଲେ, ସାମାନ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ପରୀକ୍ଷା କରାଇନେବା ଆବଶ୍ୟକ ।

ବର୍ତ୍ତମାନ ଲକ୍ଷଣରେ ଜର ଆସୁନାହିଁ, କିନ୍ତୁ ଏଭଳି ଲକ୍ଷଣ ଦେଖାଦେଉଛି । ତେଣୁ ଧଇଁସଇଁ ଲାଗିଲେ ଏବଂ ପତଳା ଝାଡା ହେଲେ ପରୀକ୍ଷା କରାଇନେବା ସହ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଶୀର୍ଷ ଅତିକ୍ରମ କରିସାରିଲାଣି କରୋନା । ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଚାରି ଦିନ ହେଲାଣି ରାଜଧାନୀରେ ପଜିଟିଭ୍ ସଂଖ୍ୟା କମ୍ ରହୁଛି । ତେଣୁ ଆମେ କହିପାରିବା ଭୁବନେଶ୍ୱର ବର୍ତମାନ ପ୍ଲାଟୁ ଷ୍ଟେଜରେ ରହିବ । ଅର୍ଥାତ୍ କେସ ଗୁଡିକ ବେଶି ନକମିଲେ ବି ଆଖିଦୃଶିଆ ଭାବେ ବଢିବ ନାହିଁ । ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ମାମଲା ଧିରେ ଧିରେ କମିବ ଏବଂ ନଭେମ୍ବର ୧୭ ସୁଦ୍ଧା କେସ୍ କମିବ ବୋଲି ଅଧ୍ୟୟନରୁ ଜଣାପଡିଛି । ତେବେ ଆଗାମୀ ଦୁଇ ମାସ ଆମକୁ ସତର୍କ ରହିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।