କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା :  ନୂଆ ଷ୍ଟ୍ରେନ ପାଇଁ ମଧ୍ୟ କାମ ଦେବ ତିଆରି ହୋଇଥିବା ଭ୍ୟାକ୍ସିନ

155

କରୋନା ଭୂତାଣୁର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ସାରା ବିଶ୍ୱରେ ଚହଳ ପଡ଼ିଥିବା ବେଳେ କରୋନାର ଗୁଣସତ୍ତା ପରିବର୍ତନ ଉପରେ ବଡ଼ ବୟାନ ରଖିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରନ୍ଦୀପ ଗୁଲେରିଆ । ସେ କହିଛନ୍ତି- କରୋନାର ନୂଆ ଷ୍ଟ୍ରେନକୁ ନେଇ ଅଧିକ ବିଚଳିତ ହେବାର କୌଣସି କାରଣ ନାହିଁ । କାରଣ, ଭୁତାଣୁର ଗୁଣସତା ପରିବର୍ତନ ନୂଆ କଥା ନୁହେଁ । ଗୋଟିଏ ମାସରେ ହାରାହାରି ୨ ଥର ରୁପ ବଦଳାଉଛନ୍ତି କରୋନା ଭୁତାଣୁ । କରୋନାର ରୁପ ପରିବର୍ତନ ହେଲେ ସୁଦ୍ଧା ଚିକିତ୍ସା ପ୍ରଣାଳୀରେ ବିଶେଷ ପରିବର୍ତନର ଆବାଶ୍ୟକତା ନାହିଁ । ପୂର୍ବ ଭଳି ଚିକିତ୍ସା ପ୍ରକ୍ରିୟା ଅନୁସରଣ କରାଯାଇପାରିବ । ସେହିପରି କରୋନା ପାଇଁ ପରୀକ୍ଷଣ ପର୍ଯ୍ୟାୟରେ ଥିବା ଟୀକା ନୂଆ ଷ୍ଟ୍ରେନ୍ ବିରୋଧରେ ଲଢ଼େଇ ପାଇଁ ମଧ୍ୟ କାମ କରିବ ବୋଲି କହିଛନ୍ତି ଡକ୍ଟର ଗୁଲେରିଆ ।

କରୋନାର ନୂଆ ଷ୍ଟ୍ରେନ୍ ସାସ୍ କୋଭି-୨କୁ ନେଇ ଡକ୍ଟର ଗୁଲେରିଆ କହିଛନ୍ତି- ଏଥିପାଇଁ ଅତିରିକ୍ତ ଚିକିତ୍ସା ସେବାର ଆବଶ୍ୟକ ହେବ ନାହିଁ । ସେହିପରି ଏହି ଭୂତାଣୁ ଅଧିକ ମୃତ୍ୟୁର କାରଣ ବୋଲି ପ୍ରମାଣିତ ହୋଇନଥିବା ସେ କହିଛନ୍ତି । ବିଗତ ୧୦ ମାସ ଭିତରେ କରୋନା ଭୂତାଣୁ ଅନେକ ଥର ତାର ସ୍ୱରୂପ ପରିବର୍ତନ କରିଛନ୍ତି । ଏବଂ ଭୁତାଣୁର ମ୍ୟୁଟେସନ୍ ବା ଗୁଣସତା ପରିବର୍ତନ ତଥା ସ୍ୱରୁପ ପରିବର୍ତନ ସାଧାରଣ ଘଟଣା । ତେବେ ଆଗାମୀ ୬ରୁ ୮ମାସ କରୋନ ଲଢ଼େଇ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ତଥା କରୋନା ପରିଚାଳନା ପାଇଁ ଗଠିତ ହୋଇଥିବା ଟାକ୍ସଫୋର୍ସର ସଦସ୍ୟ ଥିବା ଡକ୍ଟର ଗୁଲେରିଆ କହିଛନ୍ତି ।