ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ୬୨ ହଜାର ଟପିଲା ନୂଆ ସଂକ୍ରମଣ, ୩୧୨ ମୃତ 

92

କନକ ବ୍ୟୁରୋ : ଦେଶରେ କ୍ରମାଗତ ବଢିଚାଲିଛି କରୋନା ସଂକ୍ରମଣ ମାମଲା । ଗତ ୨୪ ଘଂଟାରେ ପୁଣି ୬୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୬୨ ହଜାର ୭୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ସମୟ ଅବଧିରେ ୩୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । 

୧୬୩ରେ ଏହା ସର୍ବାଧିକ ବୋଲି କୁହାଯାଇଛି । ଗତବର୍ଷ ଡିସେମ୍ବର ୨୪ ତାରିଖରେ ଏହିଭଳି ହାରରେ କରୋନାର ଦୈନିକ ସଂକ୍ରମଣ ଦେଖିବାକୁ ମିଳିଥିଲା । ତେବେ ଗତ ୨୪ ଘଂଟାରେ ୨୮ ହଜାର ୭୩୯ଜଣ କରୋନାରୁ ସୁସ୍ଥ ହୋଇଥିବାରୁ ବର୍ତମାନ ଦେଶରେ କରୋନାର ୪ ଲକ୍ଷ ୮୬ ହଜାର ୩୧୦ଟି ସକ୍ରିୟ ମାମଲା ରହିଛି । ଜାନୁଆରୀ ପରେ ୧୫ଟି ରାଜ୍ୟରେ କରୋନାର ସଂକ୍ରମଣ ନିୟମିତ ବଢିଚାଲିଛି । ମହାରାଷ୍ଟ୍ର ଓ ପଞ୍ଜାବ ପରେ ଛତିଶଗଡ ତୃତୀୟ ରାଜ୍ୟ ଭାବେ ଦୈନିକ ସଂକ୍ରମଣରେ ଆଗୁଆ ରହିଛି । ୧୦ଦିନରେ କରୋନା ସଂକ୍ରମଣ ଦୁଇଗୁଣା ହୋଇଛି । ମାର୍ଚ୍ଚ ୧୫ ବେଳକୁ ଦେଶରେ ୨୭ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାର୍ଚ୍ଚ ୨୫ ବେଳକୁ ଏହି ସଂଖ୍ୟା ୫୪ ହଜାର ପାଖାପାଖି ପହଂଚି ଯାଇଥିଲା ।