ପୁଣି କରୋନା କଲା ନୂଆ ରେକର୍ଡ: ଗୋଟିଏ ଦିନରେ ୫୭୧ ଚିହ୍ନଟ, ୧୦ହଜାର ଟପିଲା ସଂକ୍ରମଣ ସଂଖ୍ୟା; ୯ରୁ ୧୩ ଯାଏ ଗଞ୍ଜାମର ସବୁ ସହରାଂଚଳ ସଟଡାଉନ୍, ଘରେ ଘରେ ହେବ ଯାଂଚ

ଗଠନ ହେଲା ୨୦୦ ଟିମ୍ । ସେପଟେ ରାଜ୍ୟରେ ଆରମ୍ଭ ହେଲା ଆଟିଂଜେନ୍ ଟେଷ୍ଟ

798

କନକ ବ୍ୟୁରୋ: ରାଜ୍ୟରେ ୧୦ ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୫୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୭୩ ଜଣ କେବଳ ଗଂଜାମ ଜିଲ୍ଲାର । ସର୍ବାଧିକ ଆକ୍ରାନ୍ତ ସହ ଆଜି କରୋନା ଭୂତାଣୁ ୪ ଜଣଙ୍କ ଜୀବନ ନେଇଛି । ସେପଟେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାର ସହରାଂଚଳରେ ୯ରୁ ୧୩ ତାରିଖ ଯାଏ ସଟଡାଉନ୍ ଘୋଷଣା କରାଯାଇଛି ।

 

ରେକର୍ଡ ଭାଂଗୁଛି କରୋନା । ୨୪ ଘଂଟାରେ ୫୭୧ ଆକ୍ରାନ୍ତ । ଜୁଲାଇ ଆରମ୍ଭରେ ରାଜ୍ୟରେ ଭୂତାଣୁ ଭୟ ବଢି ବଢି ଚାଲିଛି । ସଂକ୍ରମଣରେ ରେକର୍ଡ ପରେ ରେକର୍ଡ କରିଚାଲିଛି କରୋନା । ମଙ୍ଗଳବାର ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତାରିଖ ଆକ୍ରାନ୍ତ

ଜୁଲାଇ ୩ ୫୬୧

ଜୁଲାଇ ୪ ୪୯୫

ଜୁଲାଇ ୫ ୪୬୯

ଜୁଲାଇ ୬ ୪୫୬

ଜୁଲାଇ ୭ ୫୭୧

ଦିନକରେ ୫୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ କେବଳ ଗଂଜାମର ୨୭୩ ଆକ୍ରାନ୍ତ ରହିଛନ୍ତି । ସର୍ବାଧିକ ଆକ୍ରାନ୍ତ ସହ ୨୪ ଘଂଟାରେ ମହାମାରୀ ଭୂତାଣୁ ୪ ଜଣଙ୍କ ଜୀବନ ନେଇଛି । ସେଥିରୁ ୩ ଜଣ ଗଂଜାମର ଏବଂ ଜଣେ କଟକର ।

ଆକ୍ରାନ୍ତ——-ଦିନ

୧୦୦୦——୬୪
୨୦୦୦—–୧୨
୩୦୦୦—–୮
୪୦୦୦—–୬
୫୦୦୦—–୬
୬୦୦୦—–୫
୭୦୦୦—–୪
୮୦୦୦—–୩
୯୦୦୦—–୨
୧୦୦୦୦—-୨

ମଙ୍ଗଳବାରର ୫୭୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୯୭ରେ ପହଁଚିଛି । ମାତ୍ର ୨ ଦିନରେ ହଜାରେ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ୫ ତାରିଖରେ ୯ହଜାର ଛୁଇଁଥିବା ବେଳେ ୨ ଦିନରେ ସଂଖ୍ୟା ୧୦ ହଜାର ଡେଇଁଛି । ତେବେ ଗଞ୍ଜାମ ଜିଲ୍ଲାର ସହରାଂଚଳ ସଟଡାଉନ୍ । ୯ରୁ ୧୩ ଯାଏ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା । ରାଜ୍ୟର ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । ଜିଲ୍ଲାରେ ଏଯାଏ ୨ହଜାର ୬୨୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏପରିକି ମାରାତ୍ମକ ଭୂତାଣୁ ୨୪ ଜଣଙ୍କ ଜୀବନ ନେଇସାରିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଂଜାମ ପାଇଁ କଡା କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ।

– ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଂଚଳ ବନ୍ଦ ଘୋଷଣା

– ହିଂଜିଳିକାଟୁ ମ୍ୟୁନିସିପାଲଟି ଏବଂ ସମସ୍ତ ଏନ୍ଏସି ବି ବନ୍ଦ ରହିବ

– ସହରାଂଚଳ ସହ ୫ଟି ବ୍ଳକ୍ର ମୁଖ୍ୟାଳୟ ବନ୍ଦ ରହିବ

– ଜଗନ୍ନାଥ ପ୍ରସାଦ, ସାନଖେମୁଣ୍ଡି, ଧରାକୋଟ, ପାତ୍ରପୁର ଓ ଶେରଗଡ ବନ୍ଦ

– ସଟଡାଉନ୍ ସମୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଂଚ କରିବେ

– ୨ଶହ ଟିମ୍ ଲୋକଙ୍କ ଲକ୍ଷଣ ଯାଂଚ୍ କରିବେ

ତେବେ ସରକାର ଜୁନ୍ ମାସ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କହୁଥିବା ବେଳେ ଜୁଲାଇ ଆରମ୍ଭରେ ସ୍ଥିତି ସଂଗୀନ ହୋଇଗଲାଣି ।