କନକ ବ୍ୟୁରୋ : ଦେଶରେ ବଢୁଛି କରୋନାର ଗତି । ୪୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୮୩ ହଜାର ୮୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହଜାରେ ୫୪ ପ୍ରାଣ ହରାଇଛନନ୍ତି । ଏହା ସହ ଦେଶରେ ମୃତ୍ୟୁସଂଖ୍ୟା ୮୦ ହଜାର ପାର କରିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଲକ୍ଷ ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ରହିଛି ପାଖାପାଖି ୧୦ ଲକ୍ଷ । ମହାରାଷ୍ଟ୍ର, କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ ବଢୁଛି । ସେପଟେ ଗତକାଲି ଲୋକସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଭାରତରେ ୯୨ ପ୍ରତିଶତ ହେଉଛି ଏ-ସିମ୍ପଟୋମାଟିକ ବୋଲି ସୂଚନା ଦେଇଛନ୍ତି । ଏହା ସହ ୫.୮ ପ୍ରତିଶତ ଲୋକେ ଅକ୍ସିଜେନ ଥେରାପି ଚାହୁଁଛନ୍ତି ଏବଂ ୧.୭ ପ୍ରତିଶତ ଲୋକଙ୍କ ଇନଟେନସିଭ କେୟାର ଜରୁରୀ ।
ତେବେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଉତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ବିହାର, ତେଲେଙ୍ଗାନା, ଓଡିଶା, ଆସାମ, କେରଳ ଓ ଗୁଜରାଟ ରାଜ୍ୟରେ ସଂକ୍ରମଣ ମାତ୍ରା ଅଧିକ ହୋଇଛି । ଏସବୁ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ଯେତେ ସକ୍ରିୟ ଆକ୍ରାନ୍ତ କରୋନା ରୋଗୀ ଅଛନ୍ତି, ସେଥି ମଧ୍ୟରୁ ୬୦ ପ୍ରତିଶତ କେବଳ ୫ଟି ରାଜ୍ୟରେ ସୀମିତ ବୋଲି ମଧ୍ୟ ହର୍ଷ ବର୍ଧନ ସୂଚନା ଦେଇଛନ୍ତି । ଏହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତର ପ୍ରଦେଶ ଓ ତାମିଲନାଡୁ ।