୨୪ ଘଂଟାର ଦେଶରେ କରୋନା ମିଟର : ୯୬ ହଜାରରୁ ନୂଆ ଆକ୍ରାନ୍ତ ସହ ମାମଲା ୪୫ ଲକ୍ଷ ପାର, ୧୨ ଶହ ନୂଆ ମୃତ୍ୟୁ; ମହାରାଷ୍ଟ୍ରରେ କେବଳ ପାଖାପାଖି ୧୦ ଲକ୍ଷ କେସ

96

କନକ ବ୍ୟୁରୋ : ଦେଶରେ ଉପର ମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ରେକର୍ଡ ସଂଖ୍ୟକ ୯୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ସାଢେ ୪୫ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ଦେଶରେ ମୋଟ୍ ୯୬ ହଜାର ୫୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୫ ଲକ୍ଷ ୬୨ ହଜାର ୪୧୫ରେ ପହଁଚି ଗଲାଣି ।

ଦେଶରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୪୩ ହଜାର ୪୮୦ , ସୁସ୍ଥ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୬୬୪ ରହିଛି । ଗତ ୨୪ ଘଂଟାରେ ଦେଶରେ ୧୨ ଶହ ୯ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୬ ହଜାର ୨୭୧କୁ ବୃଦ୍ଧି ହୋଇଛି ।