ବଜାରରେ ମିଳିବ କରୋନା ଔଷଧ : ଅନୁମତି ଦେଲା ଡିସିଜିଆଇ

1,356

କନକ ବ୍ୟୁରୋ : ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ । ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ ପାଇଁ ଅନୁମତି ମିଳିଛି ।

ଏହାସହ ରେମଡେସିଭିର ଇଞ୍ଜେକ୍ସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ଔଷଧ ବିକ୍ରି ପର୍ବରୁ ପ୍ରେସକିପସନର ଫୋଟ କପି ରଖିବା ଜରୁରୀ ବୋଲି କୁହାଯାଇଛି । ସ୍ୱାସ୍ଥ୍ ବିଶେଷଜ୍ଞଙ୍କ ପ୍ରେସକିପସନ ଥିଲେ କିଣିପାରିବେ ଔଷଧ ।

ଅନ୍ୟପକ୍ଷରେ ରୋଗୀ କିମ୍ବା ସମ୍ପର୍କୀୟଙ୍କ ପରିଚୟପତ୍ର ଓ ଗ୍ରାହକଙ୍କ ବାସସ୍ଥାନ ପ୍ରମାଣପତ୍ର ରଖିବା ଜରୁରୀ । କେବଳ ସ୍ୱାସ୍ଥ୍ କେନ୍ଦ୍ରମାନଙ୍କରେ ବିକ୍ରି ହେବ ରେମଡେସିଭିର ଇଞ୍ଜେକ୍ସନ ।