ମେ’ ମାସରେ ଶୀର୍ଷରେ ପହଞ୍ଚିପାରେ କରୋନା ସଂକ୍ରମଣ! ତାଲାବନ୍ଦ ଅବଧି ବଢ଼ିଲେ ଜୁନ ପରେ ଦେଶରେ କମିପାରେ କରୋନା ଭୟ । ଗ୍ଲୋବାଲ କନସଲଟିଂ ଫାର୍ମ ସହ ଟାଇମ୍ସ ନେଟୱର୍କର ମିଳିତ ଅଧ୍ୟୟନରୁ ମିଳିଲା ତଥ୍ୟ ।

4,243

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁ ସଂକ୍ରମଣ ସର୍ମ୍ପକିତ କିଛି ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । କରୋନା ଭୂତାଣୁ ମେ’ ମାସରେ ଭାରତରେ ଅଧିକ ପ୍ରକୋପ ଦେଖାଇବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଗ୍ଲୋବାଲ କନସଲଟିଂ ଫାର୍ମ ‘ପ୍ରୋଟିଭିଟ୍’ ସହ ମିଳିତ ଭାବରେ ଟାଇମ୍ସ ନେଟୱର୍କ କରିଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି ।

ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ମେ’ ମାସରେ ଭାରତରେ ଅଧିକ ପ୍ରକୋପ ଦେଖାଇବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଗ୍ଲୋବାଲ କନସଲଟିଂ ଫାର୍ମ ‘ପ୍ରୋଟିଭିଟ୍’ ସହ ମିଳିତ ଭାବରେ ଟାଇମ୍ସ ନେଟୱର୍କ କରିଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି । ଏହି ଅନୁଧ୍ୟାନରେ ତିନିଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ।
୧- ମେ’ ମଧ୍ୟ ଭାଗ ଆଡକୁ ଭାରତରେ କରୋନା ସଂକ୍ରମଣ ଶୀର୍ଷ ସ୍ତରରେ ପହଁଚିଯିବ
୨- ମେ’ ୨୨ତାରିଖ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୭୫ହଜାର ଛୁଇଁବା ଆଶଙ୍କା ରହିଛି
୩- ମେ’ ମାସ ପରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହେବା ପ୍ରକ୍ରିୟା ଆରମ୍ଭ ହେବ

ଗ୍ଲୋବାଲ କନସଲଟିଂ ଫାର୍ମ ‘ପ୍ରୋଟିଭିଟ’ର ଅଧ୍ୟୟନ ଅନୁଯାୟୀ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏହି ଭୂତାଣୁ ଭାରତରେ ସକ୍ରିୟ ରହିବ । ତେବେ ମେ’ ଶେଷ ଏବଂ ଜୁନ୍ ଆରମ୍ଭ ସୁଦ୍ଧା ଏହି ମହାମାରୀରୁ କିଛି ରାଜ୍ୟକୁ ମୁକ୍ତି ମିଳିଯିବ । ହେଲେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟଗୁଡିକ ଏହି ବିପଦରୁ ବାହାରିବା ପାଇଁ ଅଧିକ ସମୟ ଲାଗିପାରେ ବୋଲି ଆକଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ, ଆଇସିଏମଆର୍ ବୁଲେଟିନ୍ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସୂଚନାକୁ ଅନୁଧ୍ୟାନ କରିବା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ଚୀନ୍ ଓ ଦକ୍ଷିଣ କୋରିଆର କେଉଁ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଥିଲା ସେହି ତଥ୍ୟକୁ ଆଧାର କରି ଭାରତରେ କିପରି ସ୍ଥିତି ରହିବ, ଏ ନେଇ ଅନୁଧ୍ୟାନ କରାଯାଇଛି । ଏହି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ମେ’ ୩ ପରେ ତାଲାବନ୍ଦ ଅବଧିକୁ ବଢାଗଲେ ଜଣେ ଆକ୍ରାନ୍ତ ବ୍ୟକ୍ତି ମାତ୍ର ୦.୮ ଜଣ ବ୍ୟକ୍ତିଙ୍କୁ ସଂକ୍ରମଣ କରିପାରିବେ । ଅର୍ଥାତ୍ ୫ ଜଣ ଆକ୍ରାନ୍ତ, ଆଉ ୪ ଜଣଙ୍କୁ ଆକାନ୍ତ କରିବାକୁ ସକ୍ଷମ ହେବେ । ତେବେ ମେ’ ୧୫ପର୍ଯ୍ୟନ୍ତ ତାଲାବନ୍ଦ ଅବଧିକୁ ବୃଦ୍ଧି କରାଗଲେ, ସେପ୍ଟେମ୍ବର ୧୫ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଶୂନକୁ ଖସି ଆସିବା ସମ୍ଭାବନା ରହିଛି । ସେହିପରି ଯଦି ମେ’ ୩୦ ପର୍ଯ୍ୟନ୍ତ ତାଲାବନ୍ଦ କରାଯିବ, ତେବେ ଜୁନ୍ ମାସ ପରେ ଦେଶରେ ଆଉ କରୋନା ଭୟ ରହିବ ନାହିଁ ବୋଲି ଏହି କୁହାଯାଇଛି ଏହି ରିପୋର୍ଟରେ ।