ଅଭୟାରଣ୍ୟକୁ ବି ଛୁଇଁପାରେ କରୋନା । ଅଭୟାରଣ୍ୟ ଓ ପ୍ରାଣୀ ଉଦ୍ୟାନ ଉପରେ ନଜର ରଖିବା ପାଇଁ ଡିଏଫଓଙ୍କୁ ପିସିସିଏଫଙ୍କ ନିର୍ଦ୍ଦେଶ 

100

କନକ ବ୍ୟୁରୋ: ଅଭୟାରଣ୍ୟକୁ ବି ଛୁଇଁପାରେ କରୋନା । ଭୂତାଣୁ ଭୟରେ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନକୁ ରହିଛି । ତେଣୁ ରାଜ୍ୟର ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଥିବା ଜୀବନ ଜନ୍ତୁଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପିସିସିଏଫ ନିର୍ଦ୍ଦେଶ ଦେଇଛନ୍ତି । ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟରୁ  ଆସିଥିବା ଚିଠି ଆଧାରରେ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ପିସିସିଏଫ । ଏହାସହ ମେ ୧୫ ଯାଏଁ ବନ୍ଦ ଥିବା ନନ୍ଦନକାନନ ଆବଶ୍ୟକ ପଡିଲେ ଆଗକୁ ବି ବନ୍ଦ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।