ସେପ୍ଟେମ୍ବରରେ ଦେଶରୁ ଶେଷ ହୋଇପାରେ କରୋନା ସଂକ୍ରମଣ: ଅନଲାଇନ ଜର୍ଣ୍ଣାଲ ଏପିଡୋମୋଲୋଜି ଇଂଟରନ୍ୟାସନାଲରେ ପ୍ରକାଶ ପାଇଛି ଆକଳନ

ଗାଣିତିକ ବିଶ୍ଳେଷଣ ଆଧାରରେ ମତ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୁଇ ବିଶେଷଜ୍ଞ

1,888

କନକ ବ୍ୟୁରୋ: ସେପ୍ଟେମ୍ବରରେ ଦେଶରୁ ଶେଷ ହୋଇପାରେ କରୋନା ସଂକ୍ରମଣ । ଏପରି କିଛି ଆକଳନ କରିଛନ୍ତିି ଦୁଇ ଜଣ ଭାରତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୁଇ ବିଶେଷଜ୍ଞ କହିଛନ୍ତି ଯେ, ଭାରତରେ ସେପ୍ଟେମ୍ବର ମାସରୁ କରୋନା ଶେଷ ହୋଇପାରେ । ଏକ ଗାଣିତିକ ବିଶ୍ଳେଷଣ ଆଧାରରେ ସେମାନେ ଏହି ଆକଳନ କରିଛନ୍ତି । ଡାକ୍ତର ଅନୀଲ କୁମାର ଓ ଡାକ୍ତର ରୂପାଲୀ ରାୟ ଏହିି ମତ ରଖିଛନ୍ତି ।

ଏହି ବିଶ୍ଳେଷଣ ଅନଲାଇନ ଜର୍ଣ୍ଣାଲ ଏପିଡୋମୋଲୋଜି ଇଂଟରନ୍ୟାସନାଲରେ ପ୍ରକାଶିତ ହୋଇଛି । ଦେଶରେ ବଢ଼ୁଥିବା ସଂକ୍ରମଣ, ସୁସ୍ଥ ହେଉଥିବା ବ୍ୟକ୍ତି ଓ କରୋନାରେ ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସେମାନେ ବିଶ୍ଳେଷଶ କରିଛନ୍ତି । ମାର୍ଚ୍ଚ ୧ରୁ ମେ ୧୯ ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ, ସୁସ୍ଥ ହେବା ହାର ଓ ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବିଶ୍ଳେଷଣ କରାଯାଇଛି । ଦେଶରେ ଏବେ ସଂକ୍ରମଣ ରୋକିବା ନେଇ ବିଶେଷଜ୍ଞମାନେ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି ।