କନକ ବ୍ୟୁରୋ : ଇଂଜିନିୟରିଂ ଛାତ୍ରଙ୍କ ନୂଆ ପରିଚୟ । କନୋରା ଲକଡାଉନ୍ ଇଂଜିନିୟରିଂ ତୃତୀୟ ବର୍ଷ ଛାତ୍ରଙ୍କୁ ବନେଇ ଦେଇଛି ପେନସିଲ୍ ଚିତ୍ରକର । କରୋନା ଯୋଗୁଁ କଲେଜ ବନ୍ଦ ଥିବାରୁ ଘରେ ଅଛନ୍ତି ଗଂଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଂଚଳର ଛାତ୍ର ଶ୍ରୀନିବାସ ରାୟ । ଘରେ ରହି କିଛି ନୂଆ କରିବାର ଆଶାରେ ପେନସିଲ ଓ କାଗଜକୁ ସାଥୀ କରିଥିଲେ ଶ୍ରୀନିବାସ ।
ମୋବାଇଲରୁ ଫଟୋ ଦେଖି ସୁନ୍ଦର ଭାବେ କାଗଜରେ ଆଙ୍କିବା ଆରମ୍ଭ କଲେ । ଆଉ ଏହାରି ଭିତରେ ଶ୍ରୀନିବାସ ଶହେ ଅଧିକ ଚିତ୍ର ଆଙ୍କି ସାରିଛନ୍ତି । କରୋନା କାଳରେ ଲୋକଙ୍କୁ ସହଯୋଗ କରିଥିବା ଅଭିନେତା ସବ୍ୟସାଚୀ ମିଶ୍ର, ସୋନୁ ସୁଦଙ୍କ ସମେତ ବହୁ ଅଭିନେତା ଅଭିନେତ୍ରୀଙ୍କ ଫଟୋ ଆଙ୍କିଛନ୍ତି ଶ୍ରୀନିବାସ । ଏହାସହ ପଡ଼ୋଶୀ, ଘର ଲୋକ ଓ ସାଙ୍ଗସାଥୀଙ୍କ ପ୍ରତି ଛବି ଆଙ୍କିଛନ୍ତି ।
ଭୂତାଣୁ ଭୟରେ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ପିଲାମାନଙ୍କୁ ଘରେ ସମୟ ମିଳୁଛି । ଅନଲାଇନ୍ରେ ପାଠପଢିବା ପରେ ବଳକା ସମୟରେ କିଛି ନିଆରା କରିବାର ନିଶା ରଖୁଛନ୍ତି ଛାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/6-30.jpg)