ବିଲରେ ପଚୁଛି ପୋଟଳ: ମାଲକାନଗିରିରୁ ଆସିଲା ଚାଷୀଙ୍କ ଉପରେ କରୋନା ମାଡର ଚିତ୍ର; ସେପଟେ କାମାକ୍ଷାନଗରରେ ଜମିରେ ସଢିଗଲାଣି ଫସଲ

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

180

କନକ ବ୍ୟୁରୋ: ଫୁଲ କୋବି ପରେ ଏବେ ପୋଟଳର ଅଭାବୀ ବିକ୍ରୀ । ବିଲରେ ହିଁ ପଚି ସଢି ନଷ୍ଟ ହେଉଛି ଚାଷୀଙ୍କ ପୋଟଳ । ଉଚିତ ମୂଲ୍ୟ ମିଳୁନାହିଁ କିମ୍ବା କିଣିବା ଲାଗି ବ୍ୟବସାୟୀ ମଧ୍ୟ ଆସୁନାହାନ୍ତି । କାଁ ଭାଁ କିଛି ବ୍ୟବସାୟୀ ଆସୁଛନ୍ତି ତେବେ ଦର କିନ୍ତୁ ୧୦ରୁ ୧୨ ଟଙ୍କାରୁ ଅଧିକରେ ବିକ୍ରୀ ହୋଇପାରୁନାହିଁ । ଫଳରେ ରାସ୍ତାରେ ପାଚିଲା ପୋଟଳ ଫିଙ୍ଗି ପ୍ରତିବାଦ କରୁଛନ୍ତି ଚାଷୀ ।

ସେପଟେ, ତାଲାବନ୍ଦର ପ୍ରଭାବରେ ଗୁରୁତର ପ୍ରଭାବିତ ହୋଇଛନ୍ତି କାମାକ୍ଷାନଗର ଗୁଣ୍ଡିଚାନାଳୀ ର ପରିବା ଚାଷୀ । ଏହି ଅଂଚଳର ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଲୋକ ପନିପରିବା ଚାଷ ସହିତ ଜଡିତ । ତେବେ ତାଲାବନ୍ଦ କାରଣରୁ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ପରିବା କ୍ଷେତ ଉପରେ ।

ଅମଳ ପନିପରିବା ଆବଶ୍ୟକ ସମୟରେ ଉତ୍ପାଦନ କରି ବଜାରକୁ ଆସିପାରୁନି, ସେପଟେ ଫସଲ ପାଇଁ ଆବଶ୍ୟକ ସାର ଔଷଧ ମଧ୍ୟ ଦୋକାନ ବନ୍ଦଥିବାରୁ ମିଳିପାରୁନି । ଏହାରି ଭିତରେ କ୍ଷେତରେ ନଷ୍ଟ ହେବାକୁ ବସିଲାଣି ବାଇଗଣ, ଭେଣ୍ଡି, ଝୁଡଙ୍ଗ, କଖାରୁ, ମକା ପରି ଚାଷୀଙ୍କ ପରିଶ୍ରମର ସୁନା ଫସଲ । ଏସବୁ ଦେଖିବା ପରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।