ଲକଡାଉନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଜାଣନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ କଣ କଣ ଖୋଲା ରହିବ...

Advertisment
ଲକଡାଉନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଜାଣନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ କଣ କଣ ଖୋଲା ରହିବ...

କନକ ବ୍ୟୁରୋ:  ଦ୍ୱିତୀୟ ପର୍ଯ୍ୟାୟ ତାବାବନ୍ଦ ନେଇ କେନ୍ଦ୍ର ଗୃହ ମନ୍ତ୍ରାଲୟ ପକ୍ଷରୁ  ଜାରି ହେଲା ନୂଆ ଗାଇଡଲାଇନ୍ସ । ତେବେ ନୂଆ ଲାତାବନ୍ଦ କଟକଣା ଅନୁସାରେ, ବିମାନ ଚଳାଚଳ କରିବ ନାହିଁ କିମ୍ବା ମେଟ୍ରୋ କିମ୍ବା ବସ୍ ଚଳିବ ନାହିଁ। ଏହା ବ୍ୟତୀତ କୃଷି ସମ୍ବନ୍ଧୀୟ କାର୍ଯ୍ୟକୁ ମଧ୍ୟ ଏହି ନୂଆ ଗାଉଡଲାଇନରେ ବାଦ୍ ଦିଆଯାଇଛି । ଏହା ସହିତ କରୋନା ଯୋଦ୍ଧାଙ୍କୁ ଟ୍ରେନ୍ କିମ୍ବା ବସ୍ ରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।

ଗୃହ ମନ୍ତ୍ରଣାଳୟ ମୁଖ୍ୟ ଶାସନ ସଚିବ ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ଗାଇଡଲାଇନରେ କୁହାଯାଇଛି ଯେ, କୃଷି ସମ୍ବନ୍ଧୀୟ କାର୍ଯ୍ୟା ପାଇଁ ଲକଡାଉନ କଟକଣାରେ ଆଶ୍ୱସ୍ତି ମିଳିବ। ଏଥି ସହିତ ଶିଳ୍ପ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଜାରି ରହିବ। ସମସ୍ତ ପ୍ରକାର ପରିବହନ ସେବା ଉପରେ ପ୍ରତିବନ୍ଧକ ଲଗାଯିବ । ବିଦ୍ୟାଳୟ ଓ କଲେଜଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏପରିକି କୋଚିଂ ସେଂଟରଗୁଡିକ ମଧ୍ୟ ବନ୍ଦ ରହିବ । ତେବେ  ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନୂଆ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।

କ’ଣ ବନ୍ଦ ହେବ, କଣ ଖୋଲା ରହିବ ?

ସମସ୍ତ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ, ଟ୍ରେନ୍, ସମସ୍ତ ଶିକ୍ଷାଗତ-ତାଲିମ-କୋଚିଂ କେନ୍ଦ୍ର, ଶିଳ୍ପ ଏବଂ ବ୍ୟବସାୟିକ କାର୍ୟ୍ୟକଳାପ, ହୋଟେଲ, ଟ୍ୟାକ୍ସି, ଅଟୋ ରିକ୍ସା, ଚକ୍ର ରିକ୍ସା, ସିନେମା ହଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, କ୍ରୀଡା କମ୍ପ୍ଲେକ୍ସ, ସନ୍ତରଣ ପୁଲ୍, ବାର୍, ଥିଏଟର, ଯେକୌଣସି ଇଭେଣ୍ଟ, ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିବ । ଏହା ବ୍ୟତୀତ ୨୦ ରୁ ଅଧିକ ଲୋକଙ୍କୁ କୌଣସ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ ।

କାହାକୁ ମିଳିବ ଆଶ୍ୱସ୍ତି?

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଉତ୍ପାଦନ ଜାରି ରହିବ । ଏହା ବ୍ୟତୀତ ଟ୍ରକଗୁଡ଼ିକୁ କିଛି ସର୍ତ୍ତ ସହିତ ଚଳାଚଳା ପାଇଁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ଔଦ୍ୟୋଗିକ କାର୍ୟ୍ୟକଳାପ ଜାରି ରହିବ । କେବୁଲ ଟିଭି, ଡିଟିଏଚ, ଟେଲିଫୋନ୍ ସମେତ ଜରୁରୀ ସେବାଗୁଡିକ ଜାରି ରହିବ । ବିଜୁଳୀ ମେକାନିକ ଏବଂ କର୍ପୋରେଟରଙ୍କୁ ଅନୁମତି ଦିଆଯାଇଛି ।

କୃଷି ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ କୃଷି ସଂବଧିୟ କାର୍ଯ୍ୟକୁ ବାଦ୍ ଦିଆଯାଇଛି । ଲଡକାଉନ ସମୟରେ ବି ଚାଷୀମାନେ ନିବଘ୍ନରେ କାମ କରିପାରିବେ । ଚାଷୀଙ୍କୁ ଫସଲ ଅମଳ ଏବଂ ବୁଣିବା ପାଇଁ ଅନୁମତି ଦିଆଯାଇଛି। ଏଥିସହ ଚାଷୀ ଉତ୍ପାଦିତ ଦ୍ରବ୍ୟକୁ କିଣିବାକୁ ଏଜେନ୍ସିଗୁଡ଼ିକୁ ଅନୁମତି ଦିଆଯାଇଛି। ମତ୍ସ୍ୟ ସମ୍ବନ୍ଧୀୟ କାମକୁ ଅନୁମତି ଦିଆଯାଇଛି ।

ମନରେଗା ଏବଂ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି

ମନରେଗା ଅଧିନରେ ଆସୁଥିବା କାର୍ଯ୍ୟଗୁଡିକୁ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଛି । ଏଥି ସହିତ ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଗୃହ ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଲାତାବନ୍ଦରେ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

ହଟସ୍ପଟ୍ ଅଞ୍ଚଳରେ କଡାକଡି ଚେକିଂ

ସେହିପରି କରୋନା ପ୍ରଭାବିତ ଅଂଚଳ ତଥା ବା କରୋନା ସଂକ୍ରମିତ ଅଂଚଳ ତଥା ହଟସ୍ପଟ୍ ଅଞ୍ଚଳରେ ଲକଡାଉନ କଟକଣା କଡାକଡି କରାଯିବ । ଏଠାରେ କୌଣସି ପ୍ରକାର କାର୍ଯ୍ୟକୁ ଅନୁମତି ମିଳିବ ନାହିଁ । ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାକୁ କଡାକଡି ଭାବେ ପାଳନ କରାଯିବ । ଏଥି ସହିତ ହିଁ ଏହି ଅଂଚଳକୁ ବାହରକ ଲୋକ ପ୍ରବେଶ କରିପାରିବେ ନାହିଁ କି କେହି ବାହାରକୁ ଯାଇପାରିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀର ଗୃହ ବିତରଣ କରାଯିବ ।

ଏପ୍ରିଲ୍ ୨୦ ପରେ ମିଳିବ ସର୍ତ୍ତମୂଳକ କୋହଳ

ଯେଉଁ ଅଞ୍ଚଳରେ କରୋନା ମାମଲା ଆସିବ ନାହିଁ ।ସେମାନଙ୍କୁ ଆଶ୍ୱସ୍ତି ମିଳିପାରେ । ଏହାର ସମୀକ୍ଷା ୨୦ ଏପ୍ରିଲ ପର୍ଯ୍ୟନ୍ତ କରାଯିବ । ଏହି ସମୀକ୍ଷା ପରେ କିଛି ଅଂଚଳରେ ସାମାନ୍ୟ ଆଶ୍ୱସ୍ତି ମିଳିବ । ତେବେ ଏହି କଟକଣା କୋହଳ କରାଯିବ ପୂର୍ବରୁ ଉଭୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇନଲାଇନ ପାଳନ କରିବାର ସମସ୍ତ ଉପାୟ କରାଯିବ । ଯାଦ୍ୱାରା ଅଫିସ, ଓାର୍କପ୍ଲେସ , ଫ୍ୟାକ୍ଟ୍ରି ତଥା ସଂସ୍ଥାଗୁଡିକରେ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe