ମହାମାରୀ ମାରିବାକୁ ମାର୍କେଟକୁ ଆସିଲା ‘କରୋନା କିଲର’ ମେସିନ୍ । ବ୍ୟବହାର କଲେ ଛୁଇଁବନି କରୋନା । ଜାଣନ୍ତୁ କେଉଁଠି ମିଳୁଛି ଏମିତି ମେସିନ ।

679

କନକ ବ୍ୟୁରୋ: ଓଡିଶା ବଜାରରେ ‘କରୋନା କିଲର’ । ମାର୍କେଟକୁ ଆସିଲା କିଲର ମେସିନ୍ । ମହାମାରୀକୁ ମାରିବ, ଭୂତାଣୁ ଭଗେଇବ । କରୋନାକୁ ଗୋଡେଇ ଗୋଡେଇ ବାହାରୁ ନିପାତ କରିବ ‘କରୋନା କିଲର’ । ଭୂତାଣୁର ଭୟରେ ସାରା ଓଡିଶା ଥିବା ବେଳେ ଏହାରି ଭିତରେ ଆସିଛି ଭଲ ଖବର । ଆଉ ଓଡିଶା ମାର୍କେଟରେ ଉପଲବ୍ଧ ହେବାକୁ ଯାଉଛି କରୋନା କିଲର ମେସିନ । ବିଦ୍ୟୁତ ଦ୍ୱାରା ଚାଳିତ ଏହି ସ୍ୱତନ୍ତ୍ର ମେସିନ କରୋନାକୁ ଦୂରରୁ ଗୋଡେଇ ଦେବ ଆଉ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବ ।

ଆଇସିଏମଆର ଦ୍ୱାରା ଅନୁମତି ପାଇଥିବା ଏହି କରୋନା କିଲର ମେସିନ ପୁଣେର ନାଇଡୁ ହସ୍ପିଟାଲରେ ମଧ୍ୟ ପରିକ୍ଷିତ ହୋଇଛି । ତେବେ କରୋନା ଭାଇରସକୁ ମାରୁଥିବାରୁ ଏହି ମେସିନର ନାଁ କରୋନା କିଲର କଖାଯାଇଛି । ଆଉ ଏହା କରୋନା ଭୂତାଣୁ ଭସ୍ମ କରିବାରେ ସଫଳ ହେଉଥିବା ଦାବି କରିଛନ୍ତି ମେସିନ ତିଆତି କରିଥିବା ଇଣ୍ଡୋଟେକ ଇଣ୍ଡଷ୍ଟ୍ରିଆଲ ସଲ୍ୟୁସନର ଓଡିଶା ମୁଖ୍ୟ । ତେବେ ଏହା ପ୍ରଥମେ ଭୁବନେଶ୍ୱର ବଜାରକୁ ଛଡା ଯାଇଥିବା ବେଳେ ଆଗାମୀ ଦିନରେ ଏହା ରାଜ୍ୟର ପ୍ରତି ଜିଲ୍ଲାରେ ଉପଲବ୍ଧ ହେବ ।

ତେବେ ବନ୍ଦ ଘରେ କିମ୍ବା ବାହାରୁ ଆସୁଥିବା ଲୋକ ଯଦି ସଂକ୍ରମିତ ହୋଇଥାନ୍ତି, ଆଉ ତାଙ୍କ ଛିଙ୍କ କାଶ ଦ୍ୱାର ଯଦି ଡ୍ରପଲେଟ୍ ଘର ଭିତରେ ଖେଳିଯାଏ ତେବେ ଏହି ମେସିନ ସେ ଭାଇରସକୁ ଭସ୍ମ କରିଦେବ ଆଉ ଅନ୍ୟମାନଙ୍କୁ ସଂକ୍ରମିତ ହେବାକୁ ଦେବନି । ତେଣୁ ବନ୍ଦ କୋଠରୀ ଅର୍ଥାତ ମେଡିକାଲ, ମନ୍ଦିର, ଅଫିସ, ସ୍କୁଲ, କଲେଜ, ବସ, ବିମାନ, କାର, ହୋଟେଲ, ପୋଲିସ ଷ୍ଟେସନ, ଶୀତତାପ ନିୟନ୍ତ୍ରିତ କୌଣସି ସଂସ୍ଥା, ଲ୍ୟାବ, ଆଇସିୟୁ ୱାର୍ଡ ଆଦିରେ ଏହାର ବ୍ୟବହାର କରାଯାଇ କରୋନା ମାରିହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ତେବେ ମହାମାରୀ ମାରିବାକୁ କରୋନା କବଜ ଭାବେ ମାର୍କେଟକୁ ଆସିଥିବା ଏହି ମେସିନର ଦାମ ବଜାରରେ ୧୨ ହଜାର ଟଙ୍କାରୁ ଆରମ୍ଭ ହେଉଛି । ତେଣୁ କରୋନା କବଳରୁ ମୁକ୍ତି ପାଇଁ ଏହା ମହାଅସ୍ତ୍ର ହେବ ବୋଲି ଆଶା କରାଯାଉଛି ।