କରୋନା ମାରିଦେଲା ଜୀବିକା : ପରିବାର ପ୍ରତିପୋଷଣ ପାଇଁ ପରିବା ବିକୁଛନ୍ତି ବେଗୁନିଆର ପ୍ରସିଦ୍ଧ ପାଲାଗାୟକ; କଳା ପାଇଁ ହୋଇଛନ୍ତି ଅନେକ ସମ୍ମାନର ଅଧିକାରୀ

172

କନକ ବ୍ୟୁରୋ : କରୋନା ମହାମାରୀ ଲୋକଙ୍କ ଜୀବନ ଓ ଜୀବିକାକୁ ବଦଳାଇଦେଇଛି । ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି ପାଲାଗାୟକ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଁପୁର ଗାଁର ପ୍ରସିଦ୍ଧ ପାଲା ଗାୟକ ଗଗନ ବିହାରୀ ମହାପାତ୍ର ନିଜ ପରିବାର ଚଳାଇବାକୁ ବିକୁଛନ୍ତି ଆଳୁ ଓ ପିଆଜ । ରାଜ୍ୟର ପ୍ରସିଦ୍ଧ ପାଲା ଗାୟକ ଭାବେ ଗଗନଙ୍କ ନାଁ ରହିଛି । ଏଥିପାଇଁ ସେ ଅନେକ ସମ୍ମାନର ଅଧିକାରୀ ବି ହୋଇଛନ୍ତି ।

ତେବେ କରୋନା ଯୋଗୁଁ ମାର୍ଚ ମାସରୁ ତାଙ୍କ ପାଖରେ କୌଣସି କାମଧନ୍ଦା ନାହିଁ । ଫଳରେ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଘରେ ବସିବା ଅପେକ୍ଷା ବେପାର କରି ଘର ଚଳାଇବା ପାଇଁ ସେ ମନସ୍ଥ କରିଛନ୍ତି ।