ଆଶ୍ଚର୍ଯ୍ୟ କରିଦେବ ଖୋର୍ଦ୍ଧାର ଆକ୍ରାନ୍ତ ହାର । ୫ ଦିନ ହେଲାଣି ୫୦୦ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାରେ, ଗଂଜାମଠାରୁ ୧୯ ଗୁଣା ଅଧିକ ରହିଛି ସକ୍ରିୟ ରହିଛି ସଂକ୍ରମିତଙ୍କ ସଂଖ୍ୟା

226

କନକ ବ୍ୟୁରୋ : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ନିତିଦିନ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ହିଁ ଲାଗିଛି । କେବଳ ଯେ, ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତାହା ନୁହେଁ ବରଂ ମୃତକଙ୍କ ସଂଖ୍ୟା ମଧ୍ୟ ସମାନ ଭାବରେ ବଢିବାରେ ଲାଗିଛି । ତେବେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ …
ସେପ୍ଟେମ୍ବର-୧୧- ୬୦୬ ଆକ୍ରାନ୍ତ
ସେପ୍ଟେମ୍ବର-୧୨- ୮୧୫ ଆକ୍ରାନ୍ତ
ସେପ୍ଟେମ୍ବର-୧୩- ୫୫୬ ଆକ୍ରାନ୍ତ
ସେପ୍ଟେମ୍ବର-୧୪- ୭୫୮ ଆକ୍ରାନ୍ତ
ସେପ୍ଟେମ୍ବର-୧୫- ୫୧୭ ଆକ୍ରାନ୍ତ
ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ହାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଗତ ୫ ଦିନ ଭିତରେ ହାରାହାରି ୫୦୦ରୁ ଅଧିକ ଆକ୍ରାନ୍ତ ରହୁଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରେ । ଡାକ୍ତର ମନୋଜ ସାହୁଙ୍କ କହିବାନୁସାରେ ସାରାଦେଶରେ ସଂକ୍ରମଣ ହାର ବର୍ତମାନ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ । ଗଂଜାମ ଠାରୁ ୧୯ ଗୁଣା ଅଧିକ ରହିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ସୋମବାର ସୁଦ୍ଧା ଗଂଜାମରେ ୩୪୧ଜଣ ସକ୍ରୀୟ ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ରହିଛି ୬ହଜାର ୪୮୧ ରହିଛି ।

ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର କହିଛନ୍ତି, ଭୁବନେଶ୍ୱର ବର୍ତମାନ ପିକରେ ପହଂଚିସାରିଛି । ଏଭଳି ପରିସ୍ଥିତି ଆଉ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ରହିବ । ଖୋର୍ଦ୍ଧାରେ ସୁସ୍ଥ ହାର ରହିଛି ୭୪ ପ୍ରତିଶତ ଯାହାକି ରାଜ୍ୟରେ ସୁସ୍ଥ ହାର ୭୭ ପ୍ରତିଶତରୁ କମ ।

ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏବେ ଚିନ୍ତା ବଢାଇଛି ବେଡ ଓ ଆଇସିୟୁ ସଂଖ୍ୟା । ସବୁଠୁ ବଡ ପ୍ରଶ୍ନ ହେଲା, ଯେଉଁ ହାରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସେହି ଅନୁପାତରେ ଆମ ପାଖରେ ଆବଶ୍ୟକ ବେଡ ଓ ଆଇସିୟୁ ଅଛି ତ ? ଏବେ ନଜର ପକାନ୍ତୁ ରାଜ୍ୟରେ କଣ ରହିଛି ବେଡ ଓ ଆଇସିୟୁ ସ୍ଥିତି ।

ଏହି ମାସ ୮ ତାରିଖର ସୂଚନା ମୁତାବକ, ବିଏମସିର ତଥ୍ୟ କହୁଛି, ଭୁବନେଶ୍ୱରରେ ଥିବା ୫ଟି କୋଭିଡ ହସ୍ପିଟାଲ ସମେତ ୪ଟି କୋଭିଡ କେୟାର ସେଂଟରରେ ୨୭୬୭ଟି ବେଡ ରହିଛି । ଏଥିମଧ୍ୟରୁ ୧୮୮୩ଟି ବେଡରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଗୁରୁତ୍ୱପୂର୍ଣ୍ଣୃ କଥା ହେଲା ୯୮ ପ୍ରତିଶତରୁ ଅଧିକ ୱାର୍ଡ ବେଡ ପୂରଣ କରାଯାଇଛି । ବାକି କୋଭିଡ କେୟାର ସେଂଟରରେ ଯାହା କିଛି ବେଡ ରହିଛି ।

ଗତ ୨ମାସରେ ରାଜ୍ୟରେ କରୋନା ସ୍ଥିତିକୁ ଯଦି ଦେଖାଯାଏ, ଏମିତି ଅନେକ ଉଦାହରଣ ଆସିଛି ଯେତେବେଳେ କରୋନା ସଂକ୍ରମିତ ବେଡ ଖଣ୍ଡିଏ ପାଇବା ପାଇଁ ଗଞ୍ଜାମରୁ ଭୁବନେଶ୍ୱର ଦୌଡିଛି । ଆଉ ରାତି ରାତି ଅନିଦ୍ରା ରହିବା ପରେ ମଧ୍ୟ ବେଡ ଖଣ୍ଡିଏ ମିଳିନି । ଏପରି ସ୍ଥିତିରେ ବଢୁଥିବା କରୋନା ମିଟର ହସ୍ପିଟାଲରେ ବେଡ, ଆଇସିୟୁ ଏବଂ ଭେଟିଲେଟର ଚାହିଦା ମୁତାବକ ମହଜୁଦ ରଖିବା ପାଇଁ ସତର୍କ କରାଇ ଦେଇଛି ।