ସଂକ୍ରମଣ ସ୍ଥିତି ସଙ୍ଗିନ : ଗଞ୍ଜାମକୁ ଟପିବ ଖୋର୍ଧା ଜିଲ୍ଲା

୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ : ୩୭ ଲକ୍ଷ ୧୫ ହଜାର ୨୨୧କୁ ଖସି ଆସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା; ସୁସ୍ଥ ହାର ୮୨.୭୫ ପ୍ରତିଶତକୁ ବୃଦ୍ଧି

କନକ ବ୍ୟୁରୋ : କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଧା ଜିଲ୍ଲା। ଲଗାତାର ଭାବେ ଖୋର୍ଧାରେ ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ଏହା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମର ଅତି ନିକଟତର ହୋଇଛି। ଦୁଇ ଜିଲ୍ଲାରେ ରୋଗୀଙ୍କ ବ୍ୟବଧାନ ରହିଛି ମାତ୍ର ୭୯। ହେଲେ ଗଞ୍ଜାମ ତୁଳନାରେ ଖୋର୍ଧାରେ ଦିନକୁ ଦୁଇଗୁଣାରୁ ଅଧିକ ରୋଗୀ ଚିହ୍ନଟ ହେଉଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି।  ଖୋର୍ଧାରେ ୭୩୧ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହା ପୂର୍ବରୁ ଖୋର୍ଧାରେ ସର୍ବାଧିକ ୭୭୫ ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ରାଜ୍ୟରେ ରେକର୍ଡ ହୋଇ ରହିଛି। ଗତ ଅଗଷ୍ଟ ମାସ ଖୋର୍ଧା ଜିଲ୍ଲା ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପଛରେ ଭୁବନେଶ୍ୱରରେ ସିଂହ ଭାଗ ‌ରୋଗୀ ଚିହ୍ନଟ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ହେଁ, ରାଜଧାନୀରେ ଏ ପର୍ଯ୍ୟନ୍ତ କରୋନା ନିୟନ୍ତ୍ରଣକୁ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe