କରୋନାର ଦ୍ୱିତୀୟ ଲହରରେ ଗାଁରେ ବ୍ୟାପୁଛି କରୋନା । ପଛୁଆ ଅଂଚଳରେ ପ୍ରାୟ ୪୦ ଲକ୍ଷ ଲୋକ ଆକ୍ରାନ୍ତ ।

204

କନକ ବ୍ୟୁରୋ: ଗ୍ରାମାଚଂଳ, ପଛୁଆ ଅଂଚଳ, ଯେଉଁଠି ସ୍ୱାସ୍ଥ୍ୟଭିତିଭୂମୀ ଦୁର୍ବଳ, ସ୍ୱାସ୍ଥ୍ୟସେବା ଦୁର୍ବଳ, ସେଭଳି ଅଂଚଳରେ କରୋନାର ଦ୍ୱିତୀୟ ଲହରି ଅଧିକ ଘାତକ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଲହାରି ତୁଳନାରେ ୨ୟ ଲହରିରେ ୪ ଗୁଣ ଅଧିକ ସଂକ୍ରମଣ ଏବଂ ୪ ଗୁଣ ଅଧିକ ମୃତ୍ୟୁ ଘଟୁଛି ।

ପଛୁଆ ଅଂଚଳ ଅନୁଦାନ ପାଣ୍ଠିରେ ସହାୟତା ପାଉଥିବା ୨୭୨ ଜିଲ୍ଲା ମଧ୍ୟରୁ ୨୪୩ ଜିଲ୍ଲାର ତଥ୍ୟ ଅତି ଚିନ୍ତାଜନକ । ମେ’ ୫ ତାରିଖ ସୁଦ୍ଧା ଏହି ଜିଲ୍ଲା ଗୁଡ଼ିକରେ ୩୯ ଲକ୍ଷ ୧୬ ହଜାର ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ପ୍ରଥମ ଲହରିର ପିକ୍ ସମୟରେ ଏହି ସବୁ ଜିଲ୍ଲାରେ ସଂକ୍ରମଣର ସଂଖ୍ୟା ଥିଲା ମାତ୍ର ସାଢ଼େ ୯ଲକ୍ଷ । ଅର୍ଥାତ୍ ସଂକ୍ରମଣ ୪ ଗୁଣ ବଢ଼ିଛି ।

ପଛୁଆ ଜିଲ୍ଲା ଗୁଡ଼ିକର ଏହି ଗ୍ରାମାଂଚଳରେ କେବଳ ସଂକ୍ରମଣ ବଢ଼ିଛି ତାହା ନୁହେଁ । ମୃତ୍ୟୁ ସଂଖ୍ୟା ମଧ୍ୟ ୪ ଗୁଣ ବଢ଼ିଛି । ଗତ ମେ’ ୫ ତାରିଖ ସୁଦ୍ଧା ଏହି ୨୪୩ଟି ଜିଲ୍ଳାରେ ୩୬ ହଜାର ୫୨୩ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଥମ ଲହରିର ପିକ୍ ସମୟରେ ଏହି ସବୁ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଥିଲା ୯ ହଜାର ୫୫୫ । ଅର୍ଥାତ୍ ଦ୍ୱିତୀୟ ଲହାରିରେ ପ୍ରାୟ ୪ ଗୁଣ ମୃତ୍ୟୁ ସଂଖ୍ୟା ବଢ଼ିଛି ।

ପଛୁଆ ଅଂଚଳ ଅନୁଦାନ ପାଣ୍ଠି ବା ବିଆର୍ଜିଏଫ୍ ସହାୟତା ପାଉଥିବା ୨୭୨ ଜିଲ୍ଲାର ୫୪ ପ୍ରତିଶତ ଜିଲ୍ଲା ଅର୍ଥାତ୍ ଅଧାରୁ ଅଧିକ ଜିଲ୍ଳା ୫ଟି ରାଜ୍ୟରୁ ଆସୁଛନ୍ତି ।

ବିହାର- ୩୮ ଜିଲ୍ଲା

ଉତରପ୍ରଦେଶ- ୩୫ ଜିଲ୍ଲା

ମଧ୍ୟପ୍ରଦେଶ-୩୦ ଜିଲ୍ଲା

ଝାଡ଼ଖଣ୍ଡ-୨୩ ଜିଲ୍ଲା

ଓଡ଼ିଶା- ୨୦ ଜିଲ୍ଲା

ଅର୍ଥାତ୍ ଓଡ଼ିଶା ସମେତ ଏହି ୫ଟି ରାଜ୍ୟର ନିର୍ଦ୍ଧିଷ୍ଟ ଜିଲ୍ଲର ଗୁଡ଼ିକରେ କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଅଧିକ ପଡ଼ିଛି । ଯେଉଁଠି ଗ୍ରାମାଂଚଳରେ ୪ ଗୁଣ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୪ଗୁଣ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି ।