ୟୁରୋପରେ ପୁଣି ବ୍ୟାପିଲା କରୋନା: ପ୍ରଥମ ୟୁରୋପୀୟ ଦେଶ ଭାବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ପଦକ୍ଷେପ ନେଲା ଅଷ୍ଟ୍ରିଆ 

187

କନକ ବ୍ୟୁରୋ: ଅଷ୍ଟ୍ରିଆରେ ପୁଣି ଫେରିବ ଲକଡାଉନ । ଦେଶରେ ସୋମବାର ଠାରି ଲକଡାଉନ ଜାରୀ କରିବାକୁ ଘୋଷଣା କଲେ ସରକାର । କହିଲେ ଟିକା ନେଇନଥିିବା ଘରୁ ବାହାରି ପାରିବେନି । ସେହିପରି ଦେଶବାସୀଙ୍କୁ କରୋନା ଟୀକା ନେବାକୁ ବାଧ୍ୟତାମୁଳକ କରିବାସହ ଫେବୃଆରି ସୁଦ୍ଧା ଟୀକାକରଣ ସମ୍ପୂଣ୍ଣ କରିବାକୁ ଲକ୍ଷ ଧାର୍ଯ୍ୟ କେଲେ ଅଷ୍ଟ୍ରିଆ ସରକାର ।

ୟୁରୋପରେ ଦେଖା ଦେଲାଣି କରୋନା ଭୂତାଣୁ ଆତଙ୍କ । ୟୁରୋପରେ ଅନେକ ଦେଶରେ କରୋନାକୁ ନେଇ ଭିନ୍ନ ଭିନ୍ନ ଗାଇଡଲାଇନ ମଧ୍ୟ ଜାରି କରାଯାଉଛି । ହେଲେ ଏହି ଭିତରେ ଅଷ୍ଟ୍ରିଆ ସରକାର ନେଇଛନ୍ତି ବଡ ନିଷ୍ପତି । ଦେଶରେ ପୁଣିଥରେ ସମ୍ପୂର୍ଣ୍ଣ ଲକଡାଉନ ନେଇ ଘୋଷଣା କରିଛନ୍ତି ଅଷ୍ଟ୍ରିଆ ସରକାର । ଚାନ୍ସେଲର ଆଲେକ୍ସଜାଣ୍ଡାର ସ୍କାଲେନବର୍ଗ ସୋମବାର ଠାରୁ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୨୦ ଦିନ ଧରି ସାରା ଦେଶରେ ତାଲାବନ୍ଦକୁ ବଳବତର ରଖାଯିବ ବୋଲି ସୂଚନା ମିଳିଛି । କରୋନା ବିରୁଦ୍ଧରେ ଏଭଳି ପଦକ୍ଷେପ ନେବାରେ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଆଷ୍ଟ୍ରିଆ ପ୍ରଥମ ।

ଅଷ୍ଟ୍ରିଆ ସରକାର ପ୍ରଥମେ ଟିକାକରଣ ନେଇ ବଡ ନିଷ୍ପତି ନେଲେ । ଟିକା ନନେଇଥିଲେ ଘରୁ ବାହାରି ପାରିବେନି ବୋଲି ନିର୍ଦ୍ଦେଶନାମା ଜାରି କଲେ ଅଷ୍ଟ୍ରିଆ ସରକାର । ଯାହାକୁ ଦେଶବାସୀ କଲେ ବିରୋଧ । ଫଳରେ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ଅଂଟା ଭିଡିଲେ ସରକାର ।

ମାତ୍ର ୧ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶରେ କରୋନା ସଂକ୍ରମଣ ପୁଣିଥରେ ଉକ୍ରଟ ହେଉଥିବା ଦେଖିବାକୁ ମିଳିଛି । ଗୁରୁବାର ଦେଶରେ ୧୫,୮୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହୋଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ମିଳିଛି । ୟୁରୋପୀୟ ଦେଶଗୁଡିକ ଭିତରେ ସର୍ବାଧିକ ସଂକ୍ରମଣ ଅଷ୍ଟ୍ରିଆରୁ ଚିହ୍ନଟ ହୋଇଛନ୍ତି । ଏହି ଭିତରେ ଅଷ୍ଟ୍ରିଆ ବାସୀ ଭୂତାଣୁକୁ ନେଇ ଖାମଖିଆଲି ନିତୀ ଆପଣାଉଥିବାରୁ ସରକାରଙ୍କ ପକ୍ଷରୁ ଶକ୍ତ କଟକଣା ଲଗା ଯାଇଛି । କରୋନା ଟିକା ନନେଇଥିବା ଲୋକଙ୍କ ଉପରେ ପ୍ରଥନେ ପ୍ରତିବନ୍ଧକ ଲଗାଇଲେ ଅଷ୍ଟ୍ରିଆ ସରକାର । ହେଲେ ଏହାକୁ ନେଇ ଦେଶବାସୀ କ୍ଷୁବ୍ଧ ହେବା ସହ ଆନ୍ଦୋଳନକୁ ଓହ୍ଲାଇଲେ । ଏହାପରେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ର ନିଷ୍ପତି ନିଆଯାଇଛି ।

ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ନେଇ ପ୍ରତିବନ୍ଧକ ଲଗାଇବାରେ ଅଷ୍ଟ୍ରିଆ ବିଶ୍ୱର ପ୍ରଥମ ଦେଶ । ସେହିପରି ସମ୍ପୂର୍ଣ୍ଣ ତାଲାବନ୍ଦ ଲଗାଇବାରେ ମଧ୍ୟ ୟୁରୋପର ପ୍ରଥମ ଦେଶ ଅଷ୍ଟ୍ରିଆ । ଏଥିରୁ ଅନୁମାନ କରାଯାଇ ପାରୁଛି କରୋନା ଭୂତାଣୁ ପୁଣିଥରେ ବ୍ୟାପିବା ଆରମ୍ଭ କଲାଣି ।

ତେବେ ସମ୍ପୂର୍ଣ୍ଣ ଲକଡାଉନ୍ ପୂର୍ବରୁ ଦେଶରେ ଅନେକ କଟକଣା ଲଗାଯାଇଛି । ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି । ଅତ୍ୟାବଶ୍ୟକିୟ ଦୋକାନ ଛାଡିଦେଲେ ସମସ୍ତ ମଲ, ଦୋକାନ ବନ୍ଦ ରଖିବାକୁ କୁହାଯାଇଛି ।