ରାଜ୍ୟରେ ବଢୁଛି ‘କରୋନା’ର କାୟା : ଦିନକରେ ୩୮୧୦ ଆକ୍ରାନ୍ତ, ୮ମୃତ ; ଖୋର୍ଦ୍ଧାରୁ ସର୍ବାଧିକ ୭୯୭, ବରଗଡରୁ ୩୯୬ କରୋନା ସଂକ୍ରମିତ ଚିହ୍ନଟ

397

କନକ ବ୍ୟୁରୋ :ରାଜ୍ୟରେ ଉପରମୁହାଁ କରୋନାଗ୍ରାଫ । ରାଜ୍ୟରେ ଆଜି ଆଉ ୩୮ଶହ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨ ଶହ ୮୬ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୧୫ ଶହ ୨୪ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୭୯୭ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବରଗଡରୁ ୩୯୬, କଟକରେ ୩୨୨ ଆକ୍ରାନ୍ତ ଅଛନ୍ତି । ସେହିପରି ଅନୁଗୁଳରୁ ୭୩ଜଣ, ବାଲେଶ୍ୱରରୁ ୧୨୦, ଭଦ୍ରକରୁ ୧୦୭, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୨୯, ଦେଓଗଡ଼ରୁ ୭, ଢ଼େଙ୍କାନାଳରୁ ୫୧, ଗଜପତିରୁ ୨୦ଜଣ, ଗଂଜାମରୁ ୧୦୮, ଜଗତସିଂହପୁରରୁ ୬୭, ଯାଜପୁରରୁ ୨୫୨, ଝାରୁସୁଗୁଡା ୧୯୨, କଳାହାଣ୍ଡିରୁ ୫୭ଜଣ, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୧୦୩, କେନ୍ଦୁଝରରୁ ୮୪ଜଣ, କୋରାପୁଟରୁ୮୪ଜଣ, ମାଲକାନଗିରିରୁ ୩୭ଜଣ, ମୟୁରଭଂଜରୁ ୧୪୨, ନବରଙ୍ଗପୁରରୁ ୭୮ଜଣ, ନୟାଗଡ଼ରୁ ୬୨ଜଣ, ନୂଆପଡ଼ାରୁ ୯୩ଜଣ, ପୁରୀରୁ ୧୧୭, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୮୩, ସୋନପୁରରୁ ୧୦୬, ସୁନ୍ଦରଗଡ଼ରୁ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୯୩ ହଜାର ୭୭୪ ଜଣ ସୁସ୍ଥ ହୋଇଥିବା ବେଳେ ଲକ୍ଷେ ୨୪ ହଜାର ୩୧ଜଣ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ।

ସେହିପରି ରାଜ୍ୟରେ ୨୪ ଘଂଟାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୫୪୬ରେ ପହଂଚିଛି । ମୃତକଙ୍କ ମଧ୍ୟରେ ଗଂଜାମରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିନ୍ତା ବଢାଉଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୪୧୫ରେ ପହଚିଂଛି । ୭ହଜାର ୬୬୧ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୩ ହଜାର ୬୬୯ ଜଣ ଏଯାଏ ସୁସ୍ଥ ହୋଇଛନ୍ତି । ଆଜି ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଯାଏ ୭୫ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ମୃତ୍ୟୁ ହୋଇଛି ।

ସେହିପରି ବରଗଡ଼ରେ ଆଜି ୩୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତ ସଂଖ୍ୟା ୩ହଜାର ୪୨୩ରେ ପହଂଚିଛି । ହଜାରେ ୮୦୯ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ହଜାରେ ୬୦୫ଜଣ ଆକ୍ରାନ୍ତ ଏଯାଏ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନାରେ ୯ଜଣଙ୍କ ମୃତ୍ୟୁ ହୋଇଛି । କଟକରେ ମଧ୍ୟ କିଛି ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୨ ଶହ ୩ ଶହ ଉପରେ ରହୁଛି । ଆଜି କଟକରୁ ୩୨୨ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୫ରେ ପହଚିଂଛି । ସେମାନଙ୍କ ମଧ୍ୟରୁ ୩ ହଜାର ୮୬ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୭ହଜାର ୨୩୮ ଏଯାଏ ସୁସ୍ଥ ହୋଇଛନ୍ତି । ସେହିପରି କଟକରେ କରୋନାରେ ଆଜି ଜଣକ ମୃତ୍ୟୁ ହୋଇଥିବା ବେଳେ ଏଯାଏ ୩୭ ଜଣଙ୍କ ମୃତ୍ୟୁ ହେଲାଣି ।