ରାଜ୍ୟରେ କମୁଛି କରୋନାର ୨ୟ ଲହର । ତଳମୁହାଁ ହେଉଛି ସଂକ୍ରମଣର ଟ୍ରେଣ୍ଡ । ଟୀକାକରଣ ପରାମର୍ଶଦାତା କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

369

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଟୀକାକରଣ ପରାମର୍ଶଦାତା କମିଟିର ପ୍ରଥମ ବୈଠକ । ଆଗାମୀ ଲହରକୁ ମୁକାବିଲା କରିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ରାଜ୍ୟରେ ବର୍ତ୍ତମାନ କରୋନା ଟ୍ରେଣ୍ଡ ତଳମୁହାଁ । କିଛି ଜିଲ୍ଲାକୁ ଛାଡି ଦେଲେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ତେବେ ବୈଠକରେ ଭବିଷ୍ୟତର ଲହର ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶିଶୁଙ୍କ ଏହା ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଚିନ୍ତାବ୍ୟକ୍ତ କଲେ ନବୀନ । ଯଦି ଶିଶୁ ପରବର୍ତ୍ତୀ ଲହରରେ ପ୍ରଭାବିତ ହୁଅନ୍ତି ତେବେ ଏହା ହେବ ସରକାରହ୍କ ପାଇଁ ଏକ ବଡ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବୈଠକରେ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି, ସଂଖ୍ୟା କମୁଥିବାରୁ ପରୀକ୍ଷା କରାଯାଇ ପାରିବ ।