ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୦୦୧ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୨୧୦, ସ୍ଥାନୀୟ ସଂକ୍ରମିତ ୭୯୧ ଜଣ । ଗତ ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧୫୩ ଆକ୍ରାନ୍ତ

92

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜଧାନୀରୁ ୧୦୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୫୩ ଜଣ ସୁସ୍ଥ ହୋଇଛନ୍ତି । ବିଏମସିର ସୂଚନା ମୁତାବକ ଚିହ୍ନଟ ହୋଇଥିବା ୧୦୦୧ ଜଣଙ୍କ ମଧ୍ୟରୁ ୭୯୧ ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ବେଳେ ୨୧୦ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରୁ ମୋଟ ୭୪, ୯୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩,୧୨୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏବେ ବି ୧୧,୪୮୮ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି   ।
କହିରଖୁ କି ରାଜଧାନୀରେ କରୋନାର ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ । ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବା ବେଳେ କିନ୍ତୁ ରାଜଧାନୀରେ ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି ।