ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଉପରମୁହାଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ରାଜ୍ୟର ସ୍ଥିତି ଭଲ ଅଛି । ଭିଡ଼କୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ

127

କନକ ବ୍ୟୁରୋ : ୫ଟି ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେଉଁଠି ସଂକ୍ରମଣ ବଢ଼ୁଛି ପ୍ରିକସନ ନେବା ସହ କଟକଣା କଡ଼ାକଡ଼ି କରିବାକୁ ତାଗିଦ କେନ୍ଦ୍ର ସରକାର ତାଗିଦ କରିଛନ୍ତି । ଏବେ ରାଜ୍ୟର ସ୍ଥିତି ଭଲ ଅଛି । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି । ଟେଷ୍ଟି ସାଇଡ ସବୁ ଚାଲୁ ରହିଛି । ଯଦି ସଂକ୍ରମଣ ରାଜ୍ୟରେ ବଢ଼େ ତେବେ ରାଜ୍ୟର ପୂର୍ବରୁ ଥିବା ସବୁ ବ୍ୟବସ୍ଥା ଖୋଲାଯିବ ।

ଦେଶରେ ସାମାନ୍ୟ ଉପରମୁହାଁ କରୋନା ସଂକ୍ରମଣ ।୨୪ ଘଂଟାରେ ୩ ହଜାର ୯୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ୨ ହଜାର ୬୯୭ ଜଣ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୪୧୬ରେ ପହଂଚିଛି । ୫ ରାଜ୍ୟ ତାମିଲନାଡୁ, କେରଳ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କରୋନାର ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି । ମହାରାଷ୍ଟ୍ର ଓ କେରଳରେ ୩ ଦିନ ହେବ ହଜାରେ ଉପରେ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛି । ତେଣୁ ଏସବୁ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।