ଭୟ ବଢ଼ାଉଛି କରୋନା ସଂକ୍ରମଣ: ୨୪ ଘଂଟାରେ ଦେଶରୁ ନୂଆ ୫୨୯ ସଂକ୍ରମିତ ଚିହ୍ନଟ, ୩ମୃତ

111

କନକ ବ୍ୟୁରୋ: ଚିନ୍ତା ବଢାଉଛି କରୋନାର ନୂଆ ରୂପ ଜେଏନ ଡଟ୍ ୱାନ । ୨୪ଘଂଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ଆଉ ୫୨୯ ନୂଆ କୋରୋନା ସଂକ୍ରମିତ । କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ଜେଏନ ଡଟ୍ ୱାନ ଭ୍ୟାରିଆଂଟର ୧୦୯ଟି ମାମଲା ଚିହ୍ନଟ ହୋଇଛି । ଯେଉଁ ମାନଙ୍କ ମଧ୍ୟରେ ଗୁଜରାଟରେ ୩୬, କର୍ଣ୍ଣାଟକରେ ୩୪, ଗୋଆରେ ୧୪, କେରଳ ଓ ମହାରାଷ୍ଟ୍ରରେ ୬, ରାଜସ୍ଥାନ ଓ ତାମିଲନାଡୁରେ ୪ ଏବଂ ତେଲେଙ୍ଗାନାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ସର୍ଭେଲାନ୍ସ କରାଯାଉ ବୋଲି ସିଏସଆଇଆରର ପୂର୍ବତନ ମୁଖ୍ୟ ଡକ୍ଟର ଶେଖର ମାଣ୍ଡେ କେନ୍ଦ୍ର ସରକାରଙ୍କୁ ପରାର୍ମଶ ଦେଇଛନ୍ତି । ଲୋକ ମାନଙ୍କୁ ଭୟଭୀତ ନହୋଇ ମାସ୍କ ପରିଧାନ କରିବା ସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।