କନକ ବ୍ୟୁରୋ: ଦେଶରେ ବଢୁଛି କରୋନା ସଂକ୍ରମଣ । ୫ ମାସ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ଅତିକ୍ରମ କରିଛି । ରବିବାର ଦେଶରେ ୧୮୯୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଆକ୍ସନ୍ ମୋଡକୁ ଆସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜ୍ୟ ଗୁଡିକୁ ଚିଠି ଲେଖି ଟେଷ୍ଟିଂ ବଢ଼ାଇବା ସହ ସଂକ୍ରମଣ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।
- ବଢ଼ୁଛି କରୋନା ସଂକ୍ରମଣ
- ୫ ମାସ ପରେ ଦେଶରେ ସର୍ବାଧିକ
ପୁଣି ଥରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ରବିବାର ଦେଶରେ ୧୮୯୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଅକ୍ଟୋବର ୨୮ ପରେ ଦେଶରେ ସର୍ବାଧିକ । ଓଡିଶାରୁ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଆକ୍ଟିଭ୍ କେସ ୯ ହଜାର ୪୦୦ ରହିଥିବା ବେଳେ ଓଡିଶାରେ ମୋଟ୍ ଆକ୍ଟିଭ୍ କେସ ୮୭ ଜଣ ରହିଛି । ମହାରାଷ୍ଟ୍ର, ତାମିଲନାଡୁ, କେରଳ ଏବଂ ତେଲେଙ୍ଗାନାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ସାରା ଦେଶରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖି ଟେଷ୍ଟିଂ ବଢ଼ାଇବା ସହ ସଂକ୍ରମଣ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।
- କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି
- ବେଡ୍ ପ୍ରସ୍ତୁତ ରଖିବାକୁ ହସ୍ପିଟାଲକୁ ଚିଠି
କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ କେମିତି ଏହାର ମୁକାବିଲା କରାଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ବୈଠକ ପରେ କୋଭିଡ୍ ମୁକାବିଲା ପାଇଁ ସତର୍କ କରିଛନ୍ତି ରାଜ୍ୟ ସରକାର । ହସ୍ପିଟାଲରେ କୋଭିଡ୍ ବେଡ୍ ପ୍ରସ୍ତୁତ ରଖିବାକୁ ସବୁ ସରକାରୀ ଡାକ୍ତରଖାନାକୁ ଚିଠି ଦେଇଛନ୍ତି । ଏସସିବି, ଏକକେସିଜି, ବୁର୍ଲା ଓ କୋରାପୁଟ ହସ୍ପିଟାଲକୁ ୨୦ ବେଡ୍ ଓ ୨ଟି ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ୧୦-୧୧ ଏପ୍ରିଲ ପାଇଁ ଏକ ମକ୍ ଡ୍ରିଲ୍ ଯୋଜନା କରାଯାଇଛି । ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରୋନା ପ୍ରସଙ୍ଗରେ ବୈଠକ କରିଥିଲେ । ଆଉ ଟେଷ୍ଟିିଂ, ଟ୍ରାକିଂ ସହିତ କୋଭିଡ ନିର୍ଦ୍ଦେଶାନାମା ଉପରେ ଗୁରୁତ୍ୱାରୋପ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/03/7pm-7-3.jpg)