ମହାରାଷ୍ଟରେ କମୁଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୨୬,୬୧୬ ମାମଲା । ଦୈନିକ ମୃତ୍ୟୁହାର ବି କମିବାରେ ଲାଗିିଛି

77

କନକ ବ୍ୟୁରୋ : ମହାରାଷ୍ଟ୍ରରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଚଳିତ ମାସ ଆରମ୍ଭରୁ ରାଜ୍ୟରେ ଦୈନିକ ସଂକ୍ରମଣ ୫୦ ରୁ ୬୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ଖସିଆସି ୩୦ ହଜାର ତଳେ ରହିଛି । ଆହୁରି ଖୁସି ଖବର କି ମହାମାରୀ ସଂକ୍ରମଣରେ ହେଉଥିବା ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି ।

ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୨୬,୬୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ସଂକ୍ରମଣରେ ୫୧୬ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ସୋମବାର ଯାଏ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୦୫,୦୬୮ ରହିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୮୨,୪୮୬ ରେ ପହଂଚିଛି ।

କହିରଖୁ କି ଭାରତରେ କରୋନା ସଂକ୍ରମଣ ଆରମ୍ଭରୁ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ଏଭଳି ସମୟ ଆସିଛି କି ଦେଶର ଦୈନିକ ମୋଟ ସଂକ୍ରମଣରୁ ୪୦ ପ୍ରତିଶତରୁ ଅଧିକ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହେଉଥିଲେ । ହେଲେ ଏବେ ସାରା ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ମହାରାଷ୍ଟ୍ରରେ ବି ସଂକ୍ରମଣ ହାର କମିଛି ।