କନକ ବ୍ୟୁରୋ: ଦେଶରେ ଧିରେ ଧିରେ କମ୍ ହେବାରେ ଲାଗିଛି କରୋନା ସଂକ୍ରମଣ । ଶୁକ୍ରବାର ଦେଶରେ ୨ଲକ୍ଷ ୩୫ ହଜାର ୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ କମ୍ ହେଉଥିବାରୁ କର୍ଣ୍ଣାଟକରେ ନାଇଟ୍ କର୍ଫ୍ୟୁ ହଟାଇବାକୁ ନିଷ୍ପତି ନିଆଯାଇଛି ।
ଦେଶରେ କରୋନା ସଂକ୍ରମଣ କମ୍ ହେଉଥିବା ପରୀଲକ୍ଷିତ ହେଉଛି । ଗତ ଏକ ସପ୍ତାହ ଧରି କରୋନାରେ ଦୈନିକ ସଂକ୍ରମଣ ତିନି ଲକ୍ଷ ତଳେ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କଟକଣା କୋହଳ କରାଯାଉଛି । ରାଜଧାନୀ ଦିଲ୍ଲୀ ପରେ ଏବେ କର୍ଣ୍ଣାଟକରେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି ବସବରାଜ ବୋମାଇ ସରକାର ।
- ରାଜ୍ୟରେ ଜାନୁୟାରୀ ୩୧ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇବାକୁ ନିଷ୍ପତ୍ତି
- ରାଜଧାନୀ ବେଙ୍ଗାଲୁରୁରେ ସମସ୍ତ ସ୍କୁଲ କୋଭିଡ୍ କଟକଣା ଅନୁସାରେ ଖୋଲିବାକୁ କୁହାଯାଇଛି
- ହୋଟେଲ, ରେଷ୍ଟୁରାଂଟ୍, ବାର ଓ ପବ୍ ୫୦% କ୍ଷମତାରେ ଖୋଲିବାକୁ ନିଷ୍ପତ୍ତି
- ମାତ୍ର ସିନେମାହଲ ଖୋଲିବାକୁ ମିଳିନାହିଁ ଅନୁମତି
ସେପଟେ ତ୍ରିପୁରାରେ ମଧ୍ୟ ଆସନ୍ତା ୩୧ ତାରିଖରୁ ପ୍ରାଇମେରିରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଦେଶରେ ଖସୁଛି କରୋନା ସଂକ୍ର୍ରମଣ । ଗତ ୨୪ ଘଂଟାରେ ଦେଶରୁ
- ୨,୩୫,୫୩୨ ଆକ୍ରାନ୍ତ ଚିହ୍ନଟ
- ଦେଶରେ ଗତ ୨୪ ଘଂଟାରେ ୮୭୧ଜଣ କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି
- ସେହିପରି ଗତ ୨୪ ଘଂଟାରେ ପଜିଟିଭିଟି ରେଟ୍ ହ୍ରାସ ପାଇ ୧୫.୮୮%ରେ ପହଁଚିଛି
ସେପଟେ କରୋନା ବିରୋଧୀ ଟିକାକରଣ ମଧ୍ୟ ବେଶ ଜୋରଦାର ଚାଲିଛି । ବର୍ତମାନ ସୁଦ୍ଧା ୧୬୫ କୋଟିରୁ ଅଧିକ ଲୋକେ କରୋନାର ଗୋଟିଏ ଡୋଜ୍ ଟିକା ନେଇ ସାରିଲେଣି । ଆଉ ଏଥିପାଇଁ ଦେଶରେ ତୃତୀୟ ଲହରକୁ ମାତ ଦେବା ସଫଳ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।