ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୧୨୧୯ ପଜିଟିଭ୍ ଚିହ୍ନଟ ୧୬ ମୃତ

283

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୦୮ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଥିବା ବେଳେ ୫୧୧ ଟି ଲୋକାଲ କେସ ରହିଛି । ଅନୁଗୁଳ ୭୮, ବାଲେଶ୍ୱର ୧୦୭, ବରଗଡ ୩୯, ଭଦ୍ରକ ୨୨, ବଲାଙ୍ଗୀର୪୬, ବୌଦ୍ଦ୫, କଟକ ୧୦୬, ଦେଓଗଡ ୯, ଢେଙ୍କାନାଳ ୩୦, ଗଜପତି ୯, ଗଞ୍ଜାମ ୧୫, ଜଗତସିଂହପୁର ୫୩, ଯାଜପୁର ୩୨, ଝାରସୁଗୁଡା ୩୬, କଳାହାଣ୍ଡି ୩୮, କନ୍ଧମାଳ ୧୦, କେନ୍ଦ୍ରାପଡା ୫୦, କେନ୍ଦୁଝର ୪୦, ଖୋର୍ଦ୍ଦା ୯୨, କୋରାପୁଟ ୨୮, ମାଲକାନଗିରି ୫, ମୟୁରଭଞ୍ଜ ୮୩, ନବରଙ୍ଗପୁର ୧୩, ନୟାଗଡ ୨୩, ନୂଆପଡା ୩୧, ପୁରୀ ୩୪, ରାୟଗଡା ୭, ସମ୍ବଲପୁର ୩୨, ସୋନପୁର ୨୦, ସୁନ୍ଦରଗଡ ୧୦୭, ଷ୍ଟେଟପୋଲ ୧୯ । ରାଜ୍ୟରେ ମୋଟ କୋଭିଡ ଟେଷ୍ଟ ସଂଖ୍ୟା ୪୯,୮୪,୫୫୦ ରେ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୦୨,୭୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭ ମାନଙ୍କ ମଧ୍ୟରୁ ୨,୮୮,୧୬୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୧୩୧ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।
ଏହା ସହ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୪୧ ରେ ପହଂଚିଛି । ଆଜି ସର୍ବାଧିକ ଖୋର୍ଦ୍ଦା ଏବଂ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁରରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, ବାଲେଶ୍ୱର ବୌଦ୍ଦ, କଟକ, ଯାଜପୁର, ମୟୁରଭଞ୍ଜ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।