ଭାରତରେ କରୋନା : ଦିନକରେ ୮୩,୮୮୩ ସଂକ୍ରମିତ, ୫ ରାଜ୍ୟରେ ସ୍ଥିତି ସଂଗିନ

Advertisment
ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮୩ ହଜାର ୮୮୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧ହଜାର ୪୩ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୬ରେ ପହଞ୍ଚିଥିବାବେଳେ ୬୭ ହଜାର ୩୭୬ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। ତେବେ ଜାତୀୟ ଆରୋଗ୍ୟ ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁହାର ୧.୭୫ ପ୍ରତିଶତକୁ କମି ଆସିଛି। ଦେଶରେ ଏବେ ୮ ଲକ୍ଷ ୧୫ ହଜାର ୫୩୮ ସକ୍ରିୟ ମାମଲା ରହିଛି। ୫ଟି ରାଜ୍ୟରେ ସ୍ଥିତି ସଂଗିନ ରହିଛି।

ତାମିଲନାଡ଼ୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଦେଶର ୬୨% ସକ୍ରିୟ ମାମଲା ରହିଛି। ସେହିପରି ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ରରୁ ୭୦% ମୃତ୍ୟୁ ମାମଲା ଚିହ୍ନଟ ‌ହୋଇଛି। ତେବେ ରାଜଧାନୀ ଦିଲ୍ଲୀ ଏବେ ପୁଣି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ଗତ ୬୭ ଦିନ ମଧ୍ୟରେ ଆଜି ସର୍ବାଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୭୩୭ ଜଣ କରୋନାରେ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ଏବଂ ମୃତ୍ୟୁସଂଖ୍ୟା ୪୫୦୦ରେ ପହଞ୍ଚିଯାଇଛି। ଦିଲ୍ଲୀରେ କ୍ରମାଗତ ତୃତୀୟ ଦିନ ପାଇଁ ସଂକ୍ରମଣ ସଂଖ୍ୟା ୨ ହଜାରରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe